ଜର୍ଣ୍ଣାଲିଷ୍ଟ ଆସୋସିଏସନ ସାଧାରଣ ବୈଠକ

 ବରଗଡ଼: ସମ୍ବାଦ ପରିବେଷଣରେ ଖବରର ଅନ୍ତଃ ସ୍ୱର ବିକୃତ ନ ହେଉ ବୋଲି ଆଜି ଆମ୍ବଭୋନା ବ୍ଲକ ସମ୍ମିଳନୀ କକ୍ଷ୍ୟ ରେ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ଼ ( ଜାବ) ର ସାଧାରଣ ପରିଷଦ ବୈଠକରେ କହିଛନ୍ତି ଅତିଥି ଭାବରେ ଯୋଗଦେଇ କହିଛନ୍ତି ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ । ଜାବର ସଭାପତି ରବି ପଣ୍ଡାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ଦୁଆନ କହିଥିଲେ ଯେ, ଗଣ ମାଧ୍ୟମର ପ୍ରକୃତ ଧର୍ମ ହେଲା ଜନ ସମସ୍ୟା ସମ୍ବଳିତ ସମ୍ବାଦ ପରିବେଷଣ ସହ ପ୍ରକୃତ ତଥ୍ୟର କଣ୍ଠରୋଧ କରାନଯିବା କଥା  । ଯୁଗେ ଯୁଗେ ସାମ୍ବାଦିକ ମାନେ ସମାଜର ଦଳିତ,  ଅବହେଳିତ , ନିଷ୍ପସିତର ସ୍ୱର ହୋଇ ରହିଆସିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ସେହି ଧରା ବଜାୟ ରହିବ ବୋଲି ଶ୍ରୀ ଦୁଆନ ଆଶାବ୍ୟକ୍ତ କରିଥିଲେ । ଏହି ବୈଠକରେ ସଂଘର ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ଗୃହୀତ ହୋଇଥିଲା  । ଏଥିରେ ଜିଲ୍ଲା ମୁଖ୍ୟାଳୟ ବରଗଡ଼ ରେ ଯଥାଶୀଘ୍ର ସଂଘର ଏକ ଅଫିସ ଗୃହ ନିର୍ମାଣ କରିବା, ଜିଲ୍ଲା କଲ୍ୟାଣ ପାଣ୍ଠି ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଗଲା, ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଜନିତ ସ୍ମାରକ ପତ୍ର ପ୍ରତ୍ୟେକ ବିଧାୟକ ମାନଙ୍କୁ ସେହି ବିଧାନ ସଭା ନିର୍ବାଚନ ମଣ୍ଡଳୀ ରେ ଥିବା ବ୍ଲକ ୟୁନିଟର ସଦସ୍ୟ ମାନେ ମିଳିତ ଭାବରେ ପ୍ରଦାନ କରିବେ । ବରଗଡ଼ - ସରିୟା ରୋଡ଼କୁ ଜାତୀୟ ରାଜପଥ ଭାବରେ ଘୋଷଣା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଲିଖିତ ଭାବରେ ଦାବି କରାଯିବ । ସିଂଗୋଡା ଘାଟିରୁ ଡେବ୍ରିଗଡର ଶେଷ ସୀମା ପର୍ଯ୍ୟନ୍ତ ଅଞ୍ଚଳକୁ ଐତିହାସିକ କରିଡ଼ର ଭାବରେ ଘୋଷଣା କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲିଖିତ ଅନୁରୋଧ କରାଯିବ । ଗାଇସିଲେଟ ବ୍ଲକର ବସଷ୍ଟାଣ୍ଡ ଓ ସରକାରୀ ଅଫିସ ଗୁଡ଼ିକରେ ପବ୍ଲିକ ଟୟଲେଟ ନିର୍ମାଣ କରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ  । ଆଜିର ବୈଠକରେ ଦୀର୍ଘଦିନ ଧରି ନିରବିଛିନ୍ନ ଭାବରେ କାର୍ଯ୍ୟକରି ଆସୁଥିବା ସମସ୍ତ ସାମ୍ବାଦିକଙ୍କୁ ଅମ୍ବାଭୋନା ବ୍ଲକ ୟୁନିଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା  । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଦାଶ, ଉପ ସଭାପତି ପ୍ରଭୁ ଚରଣ ମହାନ୍ତି , ବ୍ୟୋମକେଶ କର ତଥା ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ ମଞ୍ଚାସିନ ଥିଲେ  । ଶେଷରେ ଅନ୍ୟତମ ବରିଷ୍ଠ ସଦସ୍ୟ ଜୟସିଂ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ  ।