ବେଦାନ୍ତ ଆଲୁମିନିୟମର ଭେ-ଦକ୍ଷତା ତାଲିମକେନ୍ଦ୍ର : ଗ୍ରାମୀଣ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରୁଛି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବିଲେଇମୁଣ୍ଡା ଗ୍ରାମରେ ଏହାର ପ୍ରମୁଖ ଭେ-ଦକ୍ଷତା ତାଲିମ କେନ୍ଦ୍ର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଉଛି । ଏହି କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ୮୭ ଜଣ ଯୁବପିଢ଼ି ଭାରତର ବିଭିନ୍ନ ପ୍ରତିଷ୍ଠିତ ସଂଗଠନରେ ନିଯୁକ୍ତି ପାଇଛନ୍ତି । ସ୍ଥାନୀୟ ଯୁବକଙ୍କୁ ଶିଳ୍ପ ଜନିତ ଦକ୍ଷତା ସହିତ ସ୍ଥାୟୀ ଜୀବିକା ସୃଷ୍ଟି କରିବା ପାଇଁ ବେଦାନ୍ତର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିଛି ।
ଡିସେମ୍ବର ୨୦୨୪ରେ ଆରମ୍ଭ ହୋଇଥିବା ଭେ-ଦକ୍ଷତା ଅଭିଯାନ ସ୍କୁଲନେଟ୍ ଇଣ୍ଡିଆ ଲିମିଟେଡ୍, ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍ଏସ୍ିସି) ଏବଂ ଲର୍ଣ୍ଣନେଟ୍ ସ୍କିଲ୍ସ ଲିମିଟେଡର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହୋଇଛି । ଏହି କେନ୍ଦ୍ର ୩ଟି ବୃତ୍ତି ନିମନ୍ତେ ମାଗଣା ତାଲିମ ପ୍ରଦାନ କରେ । ସିଲାଇ ମେସିନ୍ ପରିଚାଳନା, ବୈଦୁ୍ୟତିକ ରକ୍ଷଣାବେକ୍ଷଣ, ଖାଦ୍ୟ ଏବଂ ପାନୀୟ ସେବା । ଆଗାମୀ ୩ ବର୍ଷ ମଧ୍ୟରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଘୋଘରପାଲି, ଜାମଖାନି ଏବଂ କୁରାଲୋଇରେ ଏହାର କୋଇଲା ଖଣି ପ୍ରକଳ୍ପ ପାଖରେ ଥିବା ସମ୍ପ୍ରଦାୟର ୭୦୦ରୁ ଅଧିକ ଗ୍ରାମୀଣ ଯୁବପିଢ଼ିଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ୩୬ଜଣ ସହାୟକ ବିଦୁ୍ୟତ୍ କର୍ମଚାରୀ, ୩୧ଜଣ ସିଲେଇ ମେସିନ୍ ଅପରେଟର ଏବଂ ୨୦ଜଣ ଖାଦ୍ୟ ଏବଂ ପାନୀୟ ସେବା ପରିଚାଳକଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ନିଯୁକ୍ତି ଦିଆଯାଇଛି । ଗ୍ରାମୀଣ ଯୁବକଙ୍କୁ ଏକ ସ୍ଥାୟୀ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଏହି ପ୍ରୟାସ ବିଷୟରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ଯୁବପିଢିଙ୍କ ବ୍ୟବସାୟିକ କୌଶଳ ବିକାଶ ମାଧ୍ୟମରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ସମ୍ପ୍ରଦାୟର ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ଆଗେଇ ନେବାର ପ୍ରମୁଖ କାରଣ । ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି । ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ । ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋସôାହିତ କରେ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି କମ୍ପାନୀ ନିଶ୍ଚିତ କରେ ଯେ, ଏହାର ହସ୍ତକ୍ଷେପଗୁଡ଼ିକ ଦୃଶ୍ୟ ସାମାଜିକ ଓ ଆର୍ଥିକ ପ୍ରଗତି ଆଡକୁ ନେଇଯିବ ।