ବେବି ରାଣୀ ଓ ପ୍ରଭାତୀଙ୍କ ମଧ୍ୟରେ "ସୁଭଦ୍ରା' ଆଲୋଚନା 

 ଭୁବନେଶ୍ୱର : ଆଜି ଲୋକସେବା ଭବନ ଠାରେ ଉତ୍ତର ପ୍ରଦେଶ ରାଜ୍ୟର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବେବି ରାଣୀ ମୌର୍ୟ ଓଡ଼ିଶା ପରିଦର୍ଶନରେ ଆସି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ସଫଳତା ଉପରେ ବିଶଦ ଆଲୋଚନା କରିଛନ୍ତି । ଏହା ସହ ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରର ପରିଚାଳନା ଉପରେ ମଧ୍ୟ ସେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଉତ୍ତର ପ୍ରଦେଶ ମହିଳା ଓ ଶିଶୁ କଲ୍ୟାଣଙ୍କ ଅଧୀନରେ ଚାଲୁଥିବା ସମସ୍ତ ଯୋଜନା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ ।