ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୃଢ଼ ହେବ ସମ୍ପର୍କ
ଭୁବନେଶ୍ୱର : ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆନ୍ଧ୍ର ପ୍ରଦେଶ ପର୍ଯ୍ୟଟନ ଫୋରମ୍ ଦ୍ୱାରା ଆୟୋଜିତ ରୋଡ୍ ଶୋ' ଉଦ୍ଘାଟିତ ହୋଇଯାଇଛି ।
ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଉଦ୍ଘାଟିତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି କି, ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଧାରକ ହେବା ସହିତ ବିଭିନ୍ନ ଅଞ୍ଚଳର ଲୋକ, ସଂସ୍କୃତି ଏବଂ ପରମ୍ପରା ମଧ୍ୟରେ ସଂଯୋଗ ସେତୁ । ଏହି କାର୍ଯ୍ୟକ୍ରମ ଦ୍ୱାରା ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ପର୍ଯ୍ୟଟନ ସହଯୋଗ ଦୃଢ଼ ହୋଇପାରିବ ଏବଂ ଆଞ୍ଚଳିକ ସଂଯୋଗୀକରଣ, ନିବେଶ ସୁଯୋଗ ସୃଷ୍ଟି ହେବା ସହିତ ସ୍ଥାୟୀ ପର୍ଯ୍ୟଟନ ଇକୋସିଷ୍ଟମକୁ ପ୍ରୋସôାହିତ କରିବା ପାଇଁ ପ୍ରୋସôାହନ ମିଳିବ । ଏପରି କାର୍ଯ୍ୟକ୍ରମ ଓଡ଼ିଶା ସହିତ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ସମ୍ପର୍କ ବୃଦ୍ଧି କରିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ରାଜ୍ୟପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଣ୍ଟରପ୍ରାଇଜିଂ ନଟ୍ ଅଫ ଟ୍ରାଭେଲ ଆଣ୍ଡ ଟୁରିଜିମ୍ ଆସୋସିଏଟସ୍ର ସଭାପତି ଦେବାଶିଷ ମିଶ୍ର, ଆନ୍ଧ୍ର ପ୍ରଦେଶ ଟୁରିଜିମ୍ ଫୋରମ୍ର ସଭାପତି କେ. ବିଜୟ ମୋହନ ଏବଂ ଉପସଭାପତି ଡ. ଏସ୍ ପ୍ରଶାନ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ।