ମାଓବାଦୀଙ୍କ ଆଡ୍ଡାରେ ଚଢାଉ

ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ମାଓବାଦୀଙ୍କ ଆଡ୍ଡାରେ ଚଢାଉ ।  ଏସ୍‌ଟିଏଫ ଓ ସିଆରପିଏଫର ମିଳିତ ଚଢାଉ । ଚଢ଼ାଉରେ ମାଓବାଦୀଙ୍କ ଆଡ୍ଡାକୁ ନଷ୍ଟ କରିଛନ୍ତି ଝାଡ଼ଖଣ୍ଡ ସୁରକ୍ଷା ବାହିନୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଓ ଦମନ ପ୍ରକ୍ରିୟାକୁ ବଢାଇଛି ଚାଇବାସା ଏସ୍‌ଟିଏଫ ଓ ସିଆରପିଏଫ । ଝାଡ଼ଖଣ୍ଡ ଓଡିଶା ସୀମାନ୍ତ ଅଞ୍ଚଳ ପଶ୍ଚିମ ସିଂହଭୂମ ଅଞ୍ଚଳରେ ଏହି ଚଢ଼ାଉ କରାଯାଇଛି । ଚଢ଼ାଉ ରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହିଭଳି ୧୬ ଟି ମାଓ ବଙ୍କରକୁ ମଧ୍ୟ ଧ୍ୱଂସ କରାଯାଇଛି ।