ବ୍ଲକ ପିଇଓଙ୍କ ଘରେ ଭିଜିଲାନ୍ସ ରେଡ଼୍
ଆନନ୍ଦପୁର : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହାଟଡିହି ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ବାସଭବନ ସହ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ଚଢ଼ାଉରେ ସମୟରେ ୪ ଡିଏସପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ହାଟଡିହିରେ ଆବାସିକ ତିନି ମହଲା କୋଠା, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ଭାବରେ ନିର୍ମିତ ଦୁଇ ମହଲା କମ୍ପ୍ଲେକ୍ସ, ବସନ୍ତିଆ ବଜାରରେ ମା ସରସ୍ୱତୀ ସେଲ୍ସର ଗୋଦାମ, ବିଦ୍ୟାଧରପୁରର ଇଲେକ୍ଟ୍ରୋନିକ୍ସ ଦୋକାନ ସରସ୍ୱତୀ ସେଲ୍ସ, ହାଟଡିହିର ପଢିଆରିପଲ୍ଲୀରେ ଥିବା ପୈତୃକ ଘର,ବାଞ୍ଚୋଜିପି ସ୍ଥିତ କାର୍ଯ୍ୟାଳୟରେ ରେଡ ଜାରି ରଖିଛି ଭିଜିଲାନ୍ସ ବିଭାଗ ।
Samir Kumar Rout