ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେଡି ପକ୍ଷରୁ ସତ୍ୟବାଦୀ ବନ୍ଦ

ବଳଙ୍ଗା ନାବାଳିକାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେଡି ପକ୍ଷରୁ ଡାକରା ଦିଆଯାଇଥିବା ୬ ଘଣ୍ଟିଆ ପୁରୀ ଜିଲା ବନ୍ଦ ସତ୍ୟବାଦୀରେ ସଫଳ ହୋଇଛି । ଗୁରୁବାର ସକାଳୁ ସାକ୍ଷୀଗୋପାଳ ମନ୍ଦିର ମୁଖ୍ୟ ରାସ୍ତାର ଷ୍ଟେଟ୍‌ବ୍ୟାଙ୍କ ଛକରେ ଦଳର କର୍ମକର୍ତ୍ତାମାନେ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅପାରଗ ସରକାରଙ୍କ ଇସ୍ତଫା ଦାବିକରି ଆନ୍ଦୋଳନକାରୀମାନେ ନାରାବାଜି ଦେଇଥିଲେ।

ପୁରୀ ଜିଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାକ୍ଷୀଗୋପାଳ ବଜାରରେ ଏକ ଶୋଭାଯାତ୍ରାରେ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ରାଜ୍ୟ ସଭା ଏମ୍‌ପି ସୁବାଶିଷ ଖୁଣ୍ଟିଆ, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ବ୍ଲକ ଯୁବ ସଭାପତି ଶରତ କୁମାର ରାଉତରାୟ, ସମିତି ସଭ୍ୟ ପ୍ରେମାନନ୍ଦ ବେହେରା, ଆତ୍ମା ଅଧ୍ୟକ୍ଷ ମହମ୍ମଦ ଜିକିରିଆ, ସରପଞ୍ଚ ଦୁଃଶାସନ ପ୍ରଧାନ, ବିଜେଡ଼ି ରାଜ୍ୟ ମହିଳା ସମ୍ପାଦିକା କସ୍ତୁରୀ ସାହୁ, ପୂର୍ବତନ ଉପାଧ୍ୟକ୍ଷ ବିକ୍ରମ ଜେନା , ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ଖଟେଇ, ସ୍ବାଧୀନ ଜେନା, ସୁବାସ ପ୍ରଧାନ, ସୁବ୍ରତ ଛାଟୋଇ, ବିଜୟ ମହାପାତ୍ର, ଦେବଦତ୍ତ ସାମନ୍ତରାୟ, ସବୁଜ କେଶରୀ ମିଶ୍ର, ଦେବେନ୍ଦ୍ର ମହାପାତ୍ର, ହଟକିଶୋର ବାରିକ, ଆଶୁତୋଷ ପଣ୍ଡା, କାର୍ତ୍ତିକ ବାରିକ, ସମ୍ବିତ ପ୍ରଧାନ ଓ ବାଙ୍କୁ ସ୍ବାଇଁ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ଅବସରରେ ଜୟପୁର ପଞ୍ଚାୟତର ଓ୍ବାର୍ଡସଭ୍ୟ ନାଗାର୍ଜୁନ ସେନାପତିଙ୍କ ସହିତ ପେଣ୍ଠପଡ଼ା ଓ ଜୟପୁର ପଞ୍ଚାୟତର ଶତାଧିକ ଯୁବକର୍ମୀ ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ।