ଭଦ୍ରକରେ ୧୩ଟି ସ୍ଥାନରେ ପୂଜା ପାଉଛନ୍ତି ମା କାଳୀ  ଭକ୍ତଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଲେ ମା ଭଦ୍ରକାଳୀ 

ଭଦ୍ରକରେ ୧୩ଟି ସ୍ଥାନରେ ପୂଜା ପାଉଛନ୍ତି ମା କାଳୀ  ଭକ୍ତଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଲେ ମା ଭଦ୍ରକାଳୀ 


ଭଦ୍ରକ - ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି  । ମା ଭଦ୍ରକାଳୀ ପୀଠ ସମେତ ଚରମ୍ପା ଠାରେ ଆୟୋଜିତ ଲୋକ୍ ସେଡ୍ (ପଥର କାଳୀ) ପିଡବ୍ଲୁଆଇ ପୂଜା କମିଟି, ଟ୍ରାଫିକ୍ ଛକ ପୂଜା କମିଟି, ହାଇସ୍କୁଲ ରୋଡ ପୂଜା କମିଟି, ବାସନ୍ତୀ ଦୂର୍ଗାମଣ୍ଡପ କାଳୀପୂଜା କମିଟି, ଏରେଇ ପୂଜା କମିଟି ସହ ଦକ୍ଷିଣେଶ୍ୱର କାଳୀ, ପୁରୁଣା ବଜାର କାଳୀ, ସନ୍ତିଆ କାଳୀ, ଡ଼ଗରା ସାହି କାଳୀ ଓ ଓଏସଆରଟିସି କାଳୀ ଏବଂ ଚରମ୍ପାର ପାଟଣାସାହି କାଳୀଙ୍କୁ ମିଶାଇ ମୋଟ୍ ୧୩ ଟି ସ୍ଥାନରେ ମାଙ୍କ ପୂଜା ଆରଧାନା ପାରମ୍ପରିକ ରୀତିନୀତି ଅନୁସାରେ କରାଯାଉଛି  । 
ଏଥର ମା ପଥର କାଳୀ ପୂଜାର ଇତିହାସ ୧୦୧ ବର୍ଷରେ ପହଂଚିଛି  । ଏହା ଷ୍ଟେସନ ଅଂଚଳରେ ପ୍ରଥମ ପ୍ରତିଷ୍ଠିତ ପଥର ତିଆରି କାଳୀ ହୋଇଥିବାରୁ ପ୍ରତିବର୍ଷ ସ୍ଥାୟୀ ପ୍ରତିମା ଷୋଡ଼ଶ ଉପଚାରରେ ପୂଜା ପାଇ ଆସୁଛନ୍ତି  । ଶୁକ୍ରବାର ପବିତ୍ର କାଳୀପୁଜାରେ ଭକ୍ତଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଇଛନ୍ତି ମା ଭଦ୍ରକାଳୀ  ।