ବୟାଳିଶମୌଜା ବିକାଶ ପରିଷଦର ପ୍ରସ୍ତୁତି ବୈଠକ 

 କଟକ : କଟକ ୪୨ମୌଜା ବିକାଶ ପରିଷଦର ୨୪ତମ ମେଧା ଓ ପ୍ରତିଭା ସମ୍ମାନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ପରିଷଦର ସଭାପତି ଆଡ୍ଭୋକେଟ କେଶବ ଚନ୍ଦ୍ର କର ସଭାରେ ସଭାପତିତ୍ୱ କରିଥିବା ବେଳେ, ପ୍ରାରମ୍ଭରେ ପରିଷଦର ପୂର୍ବତନ ସଦସ୍ୟ ପବିତ୍ର ମୋହନ ପ୍ରଧାନଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା  । ପରିଷଦର ସମ୍ପାଦକ ସନ୍ତୋଷ ପତି ପୂର୍ବ ସଭାର ବିବରଣୀ ପାଠ କରିଥିବା ବେଳେ ଆସନ୍ତା ମାସ ମେ ୨୫ ତାରିଖରେ ଦଧିବାମନପୁର ମା' ଭୂଆଶୁଣି ମନ୍ଦିର ପ୍ରାଙ୍ଗଣରେ ମେଧା ସମ୍ମାନ ଉତ୍ସବ-୨୦୨୫ ଅନୁଷ୍ଠିତ ହେବା ନେଇ ସ୍ଥିର  କରାଯାଇଛି  । ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର କୃତି ବିଦ୍ୟାର୍ଥୀଙ୍କୁ ମେଧା ସମ୍ମାନ ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧାରୀଙ୍କୁ ପୁରସ୍କୃତ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଛି  । ପରିଷଦର ସ୍ମରଣିକା "ପଲ୍ଲୀଶ୍ରୀ’ ପାଇଁ ଲେଖା ଏପ୍ରିଲ ୩୦ ତାରିଖ ସୁଦ୍ଧା ପରିଷଦର ସମ୍ପାଦକ ସନ୍ତୋଷ ପତି, ଉପଦେଷ୍ଟା ପ୍ରମୋଦ ମହାପାତ୍ର ଏବଂ ସଂଯୋଜକ ନିକୁଞ୍ଜ ସ୍ୱାଇଁଙ୍କ ନିକଟକୁ ପଠାଇବା ପାଇଁ ଅନୁରୋଧ ହୋଇଛି  । ଉପସଭାପତି ଗୌତମ ଚରଣ ପରିଡ଼ା, ଉପଦେଷ୍ଟା ଗଣେଶ୍ୱର ଦାଶ, ଡ. କଲିମୁଲ୍ଲା, ସ୍ୱାଧୀନ ଶେଖର ଷଡ଼ଙ୍ଗୀ, ପ୍ରମୋଦ ମହାପାତ୍ର, ଧୀରେନ୍ଦ୍ର ବେହେରା, ବୁଲେଇ ବେହେରା, କୃଷ୍ଣଚନ୍ଦ୍ର ଦାଶ, ସହସମ୍ପାଦକ ସୁରେଶ ଚନ୍ଦ୍ର ଦେବତା, କୋଷାଧ୍ୟକ୍ଷ ଭଜକୃଷ୍ଣ ଲେଙ୍କା, ନିକୁଞ୍ଜ ସ୍ୱାଇଁ, ପ୍ରସନ୍ନ ଦଳାଇ, ତ୍ରିଲୋଚନ ଦଳାଇ, ଅକ୍ଷୟ ମୁଦୁଲି, ବିଜୟ ଦାସ, ରବୀନ୍ଦ୍ର ଦେବତା, ସୁବାଷ ଚନ୍ଦ୍ର ସାହୁ, ଆଡଭୋକେଟ୍ ସ୍ମୃତି ମହାନ୍ତି ଓ ସ୍ମୃତିଧର ପତି ପ୍ରମୁଖ ଯୋଗ ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ସୁଜନ ରାଉତ, ଅଶୋକ ମହାନ୍ତି, ସଞ୍ଜୟ ବେହେରା, ଅଶୋକ ତ୍ରିପାଠୀ, ହେମନ୍ତ  ପାତ୍ର, ତ୍ରିଲୋଚନ ସ୍ୱାଇଁ, ହେମନ୍ତ ସାହୁ, ଜଗନ୍ନାଥ ନାୟକ, ସନ୍ତୋଷ ସାହୁ, ଚନ୍ଦନ ପ୍ରଧାନ, ବିଶ୍ୱଜିତ ପତି, ଜଗନ୍ନାଥ ସ୍ୱାଇଁ ଓ ଭାଗ୍ୟଧର ଭୋଇ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ  ।