ଭାଉଜକୁ କୁକର୍ମ, ଦିଅର ଗିରଫ 

ବୁଗୁଡ଼ା: ଭାଉଜକୁ କୁକର୍ମ ଅଭିଯୋଗରେ ସମ୍ପର୍କୀୟ ଦିଅରକୁ ବୁଗୁଡ଼ା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ତାମ୍ବିରି ଗ୍ରାମର ସିମାଞ୍ଚଳ ଗୌଡ଼ (୨୫) । ଅଭିଯୋଗ ଅନୁସାରେ, ସିମାଞ୍ଚଳ ପ୍ରାୟ ବର୍ଷେ ହେଲା ତା'ର ଜଣେ ସମ୍ପର୍କୀୟ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ଭାଇରଲ କରିଦେବାର ଡର ଦେଖାଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲା । କେରଳରେ ଦାଦନ ଖଟୁଥିବା ସିମାଞ୍ଚଳ ଗତ ୭ ତାରିଖରେ ଭାଉଜକୁ ବାହା ହେବା ବାହାନାରେ କେରଳ ଯିବା କହି ଭୁବନେଶ୍ୱରରେ ଛାଡି ଦେଇ ଫେରାର ହୋଇ ଯାଇଥିଲା । ସମ୍ପୃକ୍ତ ମହିଳା ବହୁ ସମୟ ଧରି ଅପେକ୍ଷା କରିବା ପରେ ସିମାଞ୍ଚଳର ପତ୍ତା ନମିଳିବାରୁ ମହିଳା ଜଣଙ୍କ ଗ୍ରାମକୁ ଫେରି ଆସି ବୁଗୁଡ଼ା ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ସିମାଞ୍ଚଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ପ୍ରକାଶ କରିଛନ୍ତି ।