ଟ୍ରକ ମାଲିକ ସଂଘ ନିର୍ବାଚନକୁ କେନ୍ଦ୍ରକରି ଦୈତାରୀ ଖଣିରେ ଉତ୍ତେଜନା

ଟ୍ରକ ମାଲିକ ସଂଘ ନିର୍ବାଚନକୁ କେନ୍ଦ୍ରକରି ଦୈତାରୀ ଖଣିରେ ଉତ୍ତେଜନା

କେନ୍ଦୁଝର ଜିଲା ଆନନ୍ଦପୁର ବ୍ରାହ୍ମଣୀପାଳ ଦୈତାରୀ ଲୁହାପଥର ଖଣିରେ ଉତେଜନା ଦେଖାଦେଇଛି । ଲୋଡ଼ିଂ ସ୍ଲିପ ବଣ୍ଟନକୁ ନେଇ ଦୁଇ ଗୋଷ୍ଠି ମଧ୍ୟ୍ୟରେ ଉତେଜେନା ପ୍ରକାଶ ପାଇବା ସହିତ ଟ୍ରକ ଆସୋସିଏସନ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ । ଶେଷରେ ଆପୋଷ ବୁଝାବଣା ପରେ ସବୁ ବିବାଦର ଅବସାନ ଘଟାଇ ନୂତନ ସଂଘ ଜୟ ବଜରଙ୍ଗବାଲି ଟ୍ରଜ ଟିପର ସଂଘ ଗଠନ କରାଯାଇଛି । ଏହି ସଙ୍ଗଠନ ଟୋକନ ବାଣ୍ଟିବ ବୋଲି ସର୍ବସମ୍ମତିରେ ନିଷ୍ପତି ନିଆଯାଇଛି । ନୂତନ ଟିପର ସଂଘର ସଭାପତି ଭାବେ ବିଜେପି ନେତା ଦୀପକ କୁମାର ଯେନାଙ୍କୁ ମନୋନୀତ କରାଯାଇଛି । ତେବେ ଦୀର୍ଘ ଦିନ ଧରି ଲାଗି ରହିଥିବ ଅରାଜକତା, ଅସନ୍ତୋଷର ପ୍ରତିଫଳନ ଆଜି ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ଖବର ପାଇ ଉତେଜନାକୁ ଆଉ ଆଗକୁ ବଢ଼ାଇ ନଦେବା ଉଦେଶ୍ୟରେରେ ଘଟଣା ସ୍ଥଳରେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଦୁଇଜଣ ଡ଼ିଏସପି, ୪ଜଣ ଆଇଆଇସି ଏବଂ ୪ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉତ୍ତେଜନା ପରେ ଯେପରି ଆଉ ବିଶୃଙ୍ଖଳା ନହେବ ସେଥିଲାଗି ଯେଉଁ ମାନେ ବିଚରାସ୍ତାରେ ଯାଉଛନ୍ତି କିମ୍ୱା ଭିତରକୁ ପ୍ରବେଶ କରୁଛନ୍ତି ସେହି ମାନଙ୍କୁ ଚେକିଂ ଏବଂ ବ୍ଲକିଙ୍ଗ କରାଯାଉଛି ।