ଠିକାଦାରଙ୍କ ମର୍ଜିରେ ଯୋକଡ଼ିଆ-ରାଉତରାପୁର ରାସ୍ତା ଆଖିବୁଝି କାର୍ଯ୍ୟ ତଦାରଖ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ
ାା ପ୍ରଭାନୁ୍ୟଜ ।ା ଯାଜପୁର,୩୦ା୭: କାର୍ଯ୍ୟ ଅବଧି ଶେଷ ହୋଇ ରକ୍ଷଣା ବେକ୍ଷଣ କାର୍ଯ୍ୟ ଦିବସ ଆରମ୍ଭ ହେଲାଣି । ହେଲେ ନିର୍ମାଣ କାର୍ଯ୍ୟ ଅଧାବି ହୋଇନି । କାର୍ଯ୍ୟ ବିଳମ୍ବ ନେଇ ଯାହା ଚୁକ୍ତି ଅନୁଯାୟୀ ବ୍ୟବସ୍ଥା ରହିଛି, ତାହା ଠିକାଦାର ଭରଣା କରିବେ ।
ଏହା ହେଉଛି ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଯାଜପୁର ଡ଼ିଭିଜନ ଅନ୍ତର୍ଗତ ଯାଜପୁର ରୋଡ଼ ସବଡ଼ିଭିଜନ ଯନ୍ତ୍ରୀଙ୍କ ମତ । କାର୍ଯ୍ୟ ବିଳମ୍ବକୁ ନେଇ ବିଭାଗ କ’ଣ କରିବ ନକରିବ, ତାହା ତ ସମୟ କହିିବ କିନ୍ତୁ ଯାହା ଅଭିଯୋଗ କ୍ଷେତ୍ରରୁ ଆସୁଛି, ତାହା ହେଲେ ଠିକାଦାରଙ୍କ ମର୍ଜିରେ ଯୋକଡ଼ିଆ-ରାଉତରାପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ଚାଲୁଛି ଆଉ ଦାୟିତ୍ୱରେ ଥିବା ଯନ୍ତ୍ରୀ ଆଖିବୁଝି ତଦାରକ କରୁଛନ୍ତି । ଏଭଳି ଅଭିଯୋଗ ପଛର କାରଣ ହେଲା ସଂପୃକ୍ତ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ରାସ୍ତା କଡ଼ୁ ମାଟି ତାଡ଼ି ରାସ୍ତା ନିର୍ମାଣ କରୁଛି । ଯୋକଡ଼ିଆ ଦଳା ଆରଆଣ୍ଡବି ରାସ୍ତା ଠାରୁ ଛୋଟରାୟପୁର, ତରାପୁର, ଭିିକିପୁଅ, ବାଲିଆପଶି, କୃଷ୍ଣନଗର, ଲକ୍ଷ୍ମୀନଗର ଠାରୁ ରାଉତରାପୁର ପର୍ଯ୍ୟନ୍ତ ଏହି ୫କିମି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ହୋଇଥିବା ବେଳେ ଏହାର କାର୍ଯ୍ୟାରମ୍ଭ ତା୨୪ା୧୧ା୨୩ରୁ ଆରମ୍ଭ ହୋଇ ତା୨୩ା୫ା୨୪ରେ ଶେଷ ହେବାକୁ ନିଧାର୍ଯ୍ୟ ହୋଇଥିଲା । ୨୫୩୦ କିମି ପିଚୁ, ୨୪.୭୦ କିମି ପକ୍କ୍ା ଏହି ରାସ୍ତା ନିମନ୍ତେ ୩୯୩.୯୫ ଲକ୍ଷ ଟଙ୍କା ଅଟକଳ କରାଯାଇଥିଲା । ଯୋକଡ଼ିଆ-ରାଉତରାପୁର ନାମର ଏହି ରାସ୍ତା ରକ୍ଷଣା ବେକ୍ଷଣ କାର୍ଯ୍ୟ ଦିବସ ତା୨୪ା୫ା୨୪ରୁ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ କିନ୍ତୁ ଅଧୁରା ରହିଛି । ଯାହାକୁ ନେଇ ରାସ୍ତା ଉପରେ ନିର୍ଭରଶୀଳ ଗ୍ରାମ ଲୋକେ ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । କିନ୍ତୁ ସବୁଠାରୁ ବଡ଼କଥା ହେଲା ରାସ୍ତା ନିର୍ମାଣରେ ନିୟୋଜିତ ଠିକାଦାର ରାସ୍ତାକଡ଼ୁ ମାଟି ତାଡ଼ି ନିର୍ମାଣ କରୁଛନ୍ତି । ଯାହା ନିୟମ ପରିଧି ଭିତରେ ଆସୁନି । ବିଭାଗ ପକ୍ଷରୁ ସେଭଳି କୌଣସି ଅନୁମତି ମିଳିନଥିବା ବେଳେ ଠିକାଦାର କିନ୍ତୁ ମନମର୍ଜିରେ ରାସ୍ତାକଡ଼ୁ ମାଟି ତାଡ଼ିବାକୁ ନେଇ କିଛି ଦିନ ତଳେ ସ୍ଥାନୀୟ ଲୋକେ ଘୋର ବିରୋଧ କରିଥିଲେ । ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଏପରିକି ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ହାତକରି ଠିକାଦାର ଏଭଳି ବେଆଇନ କାର୍ଯ୍ୟ କରିଥିବା ମଧ୍ୟ ଅଭିଯୋଗ ଆଣିଥିଲେ । ତେବେ ଏସଂପର୍କରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଥିଲେ ରାସ୍ତାକଡ଼ୁ ମାଟି ଉଠାଇ କାମ କରିବା ଠିକ ନୁହେଁ । ଏନେଇ ଅଭିଯୋଗ ମିଳିବା ପରେ ଠିକାଦାରଙ୍କୁ ସଂପୃକ୍ତ ସ୍ଥାନକୁ ମାଟି ପକାଇ ସମତୁଲ କରିବାକୁ ମୌଖିକ ଏବଂ ଲିଖିତ ଭାବେ ନିଦେ୍ର୍ଦଶ ଦିଆଯାଇଛି । ହେଲେ ବିଭାଗୀୟ ନିଦେ୍ର୍ଦଶକୁ ଏଯାବଦ ଠିକାଦାର ପୂରଣ କରିନଥିବାର ଦେଖିବାକୁ ମିଳିଛି । ବିଭାଗ ତାଗିଦା କରି ଚୁପବସିଥିବା ବେଳେ ଠିକାଦାର ଖସିଯିବାର ବାଟ ଖୋଜୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଯନ୍ତ୍ରୀଙ୍କ ମତ ହେଲା ଠିକାଦାର ଠକିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦେଖିବାର ଅଛି ଠିକାଦାର ବିଭାଗୀୟ ନିଦେ୍ର୍ଦଶ ମତେ କାର୍ଯ୍ୟ କରୁଛି ନାଁ ନାହିଁ ।