ଭାରତର ଆଥ୍ଲେଟ୍ ଅର୍ଚ୍ଚନାଙ୍କୁ ୪ ବର୍ଷ ବ୍ୟାନ୍ 

 ନୂଆଦିଲ୍ଲୀ: ଭାରତର ଲଙ୍ଗ୍ ଡିଷ୍ଟାନ୍ସ ରନର ଅର୍ଚ୍ଚନା ଯାଦବଙ୍କୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଜାନୁୟାରୀ କରାଯାଇଥିବା ଡୋପ୍ ଟେଷ୍ଟରେ ଅର୍ଚ୍ଚନା ଡ୍ରଗ୍ସ ସେବନ କରିଥିବା ଜଣାପଡିଛି । ୱାଲ୍ଡ ଆଥ୍ଲେଟିକ୍ସର ଆଥ୍ଲେଟିକ୍ସ ଇଂଟିଗ୍ରେଟି ୟୁନିଟ୍ ଅନୁସାରେ ଅର୍ଚ୍ଚନାଙ୍କ ଶରୀରରୁ ଅକ୍ସିଡ୍ରେଲୋନର ମାତ୍ରା ମିଳିଛି । ଏହି ସିନ୍ଥେଟିକ ଆନାବଲିକ ଷ୍ଟେରୟଡ ଶରୀରରେ ପ୍ରୋଟିନ୍ ଓ ମସଲ୍ସର ବୃଦ୍ଧି କରିଥାଏ । ପୁଣେରେ ଖେଳା ଯାଇଥିବା ହାଫ ମାରାଥନ ଅବସରରେ ତାଙ୍କଠାରୁ ଡୋପ ନମୂନା ସଂଗ୍ରହ କରାଯାଇଥିଲା । ଏହି ବାସନ୍ଦ ଦଣ୍ଡାଦେଶ ବିରୋଧରେ ଏ ପର୍ଯ୍ୟନ୍ତ ସେ କୌଣସି ଆପତ୍ତି କରି ନାହାନ୍ତି । ଜାନୁୟାରୁ ୭ରୁ ଏହି ଦଣ୍ଡାଦେଶ ଲାଗୁ କରାଯିବ । ସେ ୨୦୨୯ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ । ତାଙ୍କଠାରୁ ସମସ୍ତ ପୁରସ୍କାର, ପଦକ ଓ ପଏଣ୍ଟ ଛଡେଇ ନିଆଯିବ । ୨୦୨୪ ହାଫ ମାରାଥନରେ ସେ ୪ର୍ଥ ସ୍ଥାନରେ ରହିଥିଲେ ।