ଭାରୀଯାନ ପାଇଁ ନୂଆ କରିଡ଼ର : ସହରର ଭିଡ଼ ହ୍ରାସ ଲାଗି ପ୍ରଦକ୍ଷେପ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଧଶରେ ନିର୍ମାଣ ବିଭାଗ ଭିଜନ ୨୦୩୬କୁ ଆଖିଆଗରେ ରଖି ସାରା ଓଡିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରୁଛନ୍ତି । ଦ୍ରୁତ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ସମୟରେ ରାଜ୍ୟର ରୋଡ଼ ନେଟୱର୍କ ନେଇ ସମୀକ୍ଷା କରିବା ସହ ବଡ ବଡ ସହର ପାଇଁ ବାଇପାସ ରାସ୍ତା ନିର୍ମାଣ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ବର୍ତମାନ ୧୪୯୨୯୦ .୮୫ ଲକ୍ଷ ବ୍ୟୟ ଅଟକଳରେ ୪୮ କିମି ଦୀର୍ଘ ମୋଟ ୧୦ଟି ବାଇପାସ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ୨୭୭୯୧.୫୭ ଲକ୍ଷ ବ୍ୟୟ ଅଟକଳରେ ୩୨ କିମି ଦୀର୍ଘ ମୋଟ ୬ ଟି ବାଇପାସ କାର୍ଯ୍ୟ ପାଇଁ ଅନୁମୋଦିତ ହୋଇଛି । ଏଥିମଧ୍ୟରେ କଟକ ଖାନନଗର ନିକଟ ଏବଂ ଯୋବ୍ରା ଠାରେ ୬ ଲେନ ବିଶିଷ୍ଠ ରାସ୍ତା ନିର୍ମାଣ ଚାଲୁଅଛି ଯାହା କଟକ ସହର ଓ ମୁନିସିପାଲ ଅଞ୍ଚଳର ଭିଡ ହ୍ରାସ କରିବ । ସେହିପରି ୭.୭ କିମି ଦୀର୍ଘ ଢେଙ୍କାନାଳ କାମାକ୍ଷାନଗର ବାଇପାସ ରାସ୍ତା ନିର୍ମାଣଧୀନ ରହିଛି ଯାହା ସେଠାରେ ଥିବା ଥିବା ମାର୍କେଟ ଅଂଚଳର ଭିଡକୁ ହ୍ରାସ କରିବ । ବ୍ରହ୍ମପୁର ରିଂ ରୋଡ ସମେତ ଝାରସୁଗୁଡା ଜିଲ୍ଲାରେ ୪ ଲେନ ରାସ୍ତା ସହ ସର୍ଭିସ ରୋଡ଼ ଥାଇ ୮ କିମି ଦୀର୍ଘ ବେଲପାହାଡ ବାଇପାସ୍ ରାସ୍ତା ଯାହା ବେଲପାହାଡ ଟାଉନ ଅଂଚଳର ଭିଡ ହ୍ରସ ଦିଗରେ ସହାୟକ ହେବ । ସେହିପରି ଭବାନିପାଟଣା, କେନ୍ଦ୍ରାପଡା,କେଉଁଝର ଜିଲ୍ଲାରେ ବାଇପାସ ରୋଡ କରାଯିବାକୁ କାର୍ଯ୍ୟ ଚାଲୁଅଛି । ସେହିପରି ଚଳିତ ଆର୍ଥିକ ବର୍ଷରେ ଆଉ ୬ ଟି ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦୁର୍ଘଟଣା କମାଇବା, ଟ୍ରାଫିକ ନିୟନ୍ତ୍ରଣ, ଶବ୍ଦ ପ୍ରଦୂଷଣକୁ ରୋକିବା ସହିତ ବଲାଙ୍ଗୀର, ପାଟଣାଗଡ଼, ଖରିଆର ଟାଉନ ଏବଂ କଣ୍ଟାବାଞ୍ଜି ମଧ୍ୟରେ ଯିବାଆସିବାକୁ ସହଜ କରିବ ଲାଗି ୮.୫ କିମି ଦୀର୍ଘ ପାଟଣାଗଡ଼ ବାଇପାସ ରାସ୍ତା ନିର୍ମାଣ ଲାଗି ପ୍ରସ୍ଥାବକୁ ଅନୁମୋଦନ ମିଳିଛି । ଏହି ରୋଡ ନେଟୱର୍କ ରାଜ୍ୟର ପ୍ରଗତିକୁ ଦ୍ରୁତତର କରିବାରେ ଏକ ଯୁଗାନ୍ତକାରି ସାବ୍ୟସ୍ତ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।