ପୃଥକ ଦୁର୍ଘଟଣାରେ ୩ ମୃତ, ୮ ଗୁରୁତର
ଯୋଡ଼ା : ଖଣି ଅଞ୍ଚଳରେ କିଛି ଦିନ ବିରାମ ପରେ ପୁଣି ବଢୁଛି ଦୁର୍ଘଟଣା । ଆଜି ଗୋଟିଏ ଦିନରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ୩ ଟି ପୃଥକ ପୃଥକ ଜାଗାରେ ସଡକ ଦୁର୍ଘଟଣାରେ ୩ ଜଣ ପ୍ରାଣ ହରାଇଛନ୍ତି । ଶ୍ରାବଣ ଦୁତ୍ୱୀୟ ସୋମବାରରେ ରାଉରକେଲା ସେକ୍ଟର-୨ରୁ କାଉଡ଼ିଆ ମାନେ ବିଲେଇପଦା ସ୍ଥିତ ମୁର୍ଗା ମହାଦେବଙ୍କୁ ଜଳ ଅର୍ପଣ କରି ମା ତାରିଣୀ ଘଟଗାଁ ଙ୍କୁ ଦର୍ଶନ କରିବା ପାଇଁ ଏକ ଗାଡିରେ ଯାଉଥିବା ବେଳେ ୫୨୦ ନମ୍ବର ଜାତୀୟ ରାଜପଥ ତୋଢୁଆପାଳ ନିକଟରେ ଭୋର ୩ ଟା ବେଳେ ଏକ ଅଜଣା ଟ୍ରକ ଗାଡି ଧକ୍କା ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ଜଣେ କାଉଡ଼ିଆଙ୍କର ମୃତ୍ୟ ହୋଇଥିବା ବେଳେ ୭ ଜଣଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଙ୍କ ନାମ ସଂଜୀତ ଲାଖୁଆ ପିତା-ସୁଧା ଲାଖୁଆ ବୋଲି ଜଣା ପଡିଛି । ସେହିପରି ବାମେବାରୀ ଥାନା ଅଧିନସ୍ତ ଜେଏସଡବ୍ଲୁ ଖଣି ନିକଟରେ ୨ ଜଣ ବାଇକ ରେ ଯାଇଥିବା ବେଳେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଖବର ପାଇ ବାମେବାରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମେଡିକାଲ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟ ହୋଇଥିଲା । ମୃତକ ଙ୍କ ପରିଚୟ ପଙ୍କଜ କୁମାର ସାହା ବୟସ (୨୮) ଏବଂ ଛୋଟୁ ଯାଦବ (୩୭) ବୋଲି ପୁଲିସ ସୂଚନା ଦେଇଛନ୍ତି । ଅପରପକ୍ଷେ ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ନିକଟରେ ଏକ ବାଇକ ଚାଳକକୁ ୧୬ଚକିଆ ଟ୍ରକଟି ପଛପଟୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ସ୍ଥାନାନ୍ତରିତ କରିଛନ୍ତି । ପୁଲିସ ଏହି ଅଜଣା ଗାଡି ଗୁଡିକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି ।