ଭୁବନେଶ୍ୱର ଦୁଇ ଷ୍ଟେସନ ନିକଟରୁ ୨ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରର ବାଣୀ ବିହାର ଏବଂ ଲିଙ୍ଗରାଜ ରେଲୱେ ଷ୍ଟେସନରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି । ରାଜଧାନୀର ଏହି ଦୁଇଟି ପ୍ରମୁଖ ରେଲୱେ ଷ୍ଟେସନରୁ ଗୋଟିଏ ଲେଖାଏଁ ମୃତଦେହ ଉଦ୍ଧାର ହୋଇଛି । ମୃତ ଦୁଇ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଏହି ଘଟଣା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଥିଲା ବେଳେ ରେଲୱେ ପୋଲିସ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।