ମରଣଯନ୍ତା ପାଲଟିଛି ରାସ୍ତା ଓ ଡ୍ରେନ୍‌ 

ଖୋର୍ଦ୍ଧା : ପୌରାଞ୍ଚଳ ମଧ୍ୟରେ ଜଳ ନିଷ୍କାସନ ନିମନ୍ତେ ଡ୍‌ରେନଜେ ସମସ୍ୟା ଜଟିଳ ରହିଥିବା ବେଳେ ତାଠାରୁ ଅଧିକ  ଗୁରୁତ୍ୱପୂର୍ଣ ହୋଇଛି ସହରର ମୁଖ୍ୟ ରାସ୍ତା । ଏହି ରାସ୍ତା କେଉଁ ଅନୈତିକ ଦୂରରେ ନଥିବା ବେଳେ ଏହା କେବଳ ୨ସହ ମିଟର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ହେବ । ଏହି ରାସ୍ତାଦେଇ ଦୈନଦିନ ଜିଲ୍ଲାପାଳ ଯାତାୟାତ କରୁଥିବା ବେଳେ, ଅବସ୍ଥାକୁ ଅଣଦେଖା କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ସହରକୁ ସରସ ସୁନ୍ଦର କରିବା ଆଳରେ ରାଜକୋଷକୁ ଖାଲି କରିବାରେ ନେତା ଓ ପ୍ରଶାସନିକ ଅଧିକାରୀ ବ୍ୟସ୍ତ ରହିଥିବା ବେଳେ, କାହାରି ଆନ୍ତରିକତା ନଥିବା ପରି ମନେ ହେଉଛି । ଯେଉଁ ରାସ୍ତା ଦେଇ ଦୈନିକ ନେତାଙ୍କ ଠାରୁ ଆରମ୍ଭକରି ଜିଲ୍ଲାପ୍ରଶାସନର ଅଧିକାରୀ ଯାତାୟାତ କରୁଛନ୍ତି । ସେହିପରି ରାସ୍ତାର ଉନ୍ନତୀକରଣରେ ପ୍ରଶାସନ ବିଫଳ ହେଉଛି । ତେବେ ଗ୍ରାମ୍ୟ ସଡକ କଥା ନକହିଲେ ଭଲ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଖୋର୍ଦ୍ଧାରେ ନିର୍ମାଣ କରାଯାଇଥିବା ଡ୍ରେନେଜ ଗୁଡିକ ନିୟମିତ ଭାବରେ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସଫା କରା ଯାଉ ନଥିବାରୁ ଅଳିଆ, ଆବର୍ଜନା ଦ୍ୱାରା ଡ୍ରେନନ୍ର ପୋତି ହେଉଛି । ଯାହାଫଳରେ ବର୍ଷାଜଳ ନିଷ୍କାସନ ସମାନ ଭାବରେ ନହୋଇ ରାସ୍ତା ଉପରେ ମଡୁୁଥିବା ଦ୍ୱାରା ଜନ ଜୀବନ ଅସ୍ତ ବ୍ୟସ୍ତ ହୋଉଛନ୍ତି । ସହର ମଧ୍ୟରେ ଥିବା ଅଧିକାଂଶ ଡ୍ରେନେଜ ଗୁଡିକ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା ବେଳେ, ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି । ପଲ୍ଲା ହନୁମାନ ମନ୍ଦିର ଆଡୁ ଆସିଥିବା ଡ୍ରେନେଜକୁ ଅସମ୍ପୂର୍ଣ୍ଣ ଭାବରେ କଣ୍ଟା ଛକରେ ଛାଡି ଦିଆଯାଇଛି । ଫଳରେ ବର୍ଷା ଜଳ ସେହିବାଟ ଦେଇ ଲୋକେଶ୍ୱର ମନ୍ଦିର ସମ୍ମୁଖ ରାସ୍ତାରେ ପ୍ରବାହିତ ହେବାଦ୍ୱାରା ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ  ଲୋକଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ କରୁଛି । ଏ ସମ୍ପର୍କରେ ସ୍ଥାନୀୟ ଜନ ସାଧାରଣ ଖୋର୍ଦ୍ଧା ପୌରପରିଷଦ ଉଚ୍ଚ କର୍ତ୍ତୃପକ୍ଷଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାର କୌଣସି ସୁଫଳ ମିଳିପାରୁ  ନାହିଁ କ୍ଷ ସେହି ଭଳି ନୁଆଁ ବସ ଷ୍ଟାଣ୍ଡ ପୂର୍ବରୁ ହାଟଛକ ଯାହାକି ୧୬ ନମ୍ବର ଜାତୀୟ ରାଜପଥରୁ ବାହାରି ୫୭ ନମ୍ବର ଜାତୀୟରାଜପଥକୁ ସଂଯୋଗ କରୁଛି । ଏହି ବାସ୍ତୁପରେ ସହ ସହ ଭାରୀଯାନ ଗତି କରୁଥିବା ବେଳେ ରାସ୍ତା ଶୋଚନୀୟ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଲୋକେ । ଏହାକୁ ଅଭିଯୋଗ ବାରମ୍ବାର କରିବା ଫଳରେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା କିଛି କ୍ରସର ଗୁଣ୍ଡ ବିଛା ଯାଇଥିବାରୁ ସେହି ରାସ୍ତା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ଅବସ୍ଥାରେ ପରିଣତ ହୋଇଛି ।  ଯାହାକୁ ମରାମତି କରିବା ପ୍ରଶାସନିକ ଅଧିକାରୀ ଚିନ୍ତା କରୁ ନ ଥିବା ବେଳେ, ସାଧାରଣ ଲୋକେ ଅସୁବିଧାର ସମୁଖୀନ ହେଉଥିବାରୁ ଏହି ରାସ୍ତାକୁ ଜରୁରୀକାଳୀନ ପରିସ୍ଥିତରେ କାର୍ଯ୍ୟ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଅଂଚଳବାସୀ ।