ଅଭିଳାଷ ବୃଦ୍ଧାଶ୍ରମର ତୃତୀୟ ବାର୍ଷିକୋତ୍ସବ
ଖୋର୍ଦ୍ଧା : ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଅଭିଳାଷ ବୃଦ୍ଧାଶ୍ରମର ତୃତୀୟ ବାର୍ଷିକ କୀ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡଃ ସଦାଶିବ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର ଯୋଗଦେଇ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ପୁତ୍ର ଶୋକରୁ ମୁକୁଳିବାକୁ ଯାଇ ଡଃ ପତିତପାବନ ଦଳେଇ ଆଉ ହର୍ଷମୟୀ ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବୃଦ୍ଧାଶ୍ରମକୁ ନେଇ ଖୁବ୍ ପ୍ରଶଂସା କରିଥିଲେ । କଥା ପ୍ରସଙ୍ଗରେ ବନେ୍ଦ ଉକôଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌତ୍ର ଭାବରେ ତିନି ପିଢିର କଷ୍ଟ ଆଉ ଯନ୍ତ୍ରଣାକୁ ତୋଳି ଧରିଥିଲେ । କାହା ଜୀବନରେ କେତେବେଳେ ଦୁଃଖ ଆସିବ ତାହା କାହାକୁ ଜଣାନାହିଁ । ହେଲେ ଯାହା ହେଉଛି ତାହା ଈଶ୍ୱରଙ୍କ ନିଦେ୍ର୍ଦଶରେ ହେଉଛି ବୋଲି ଭାବି ଆଗକୁ ଯିବାକୁ ହେବ ବୋଲି କହିଥିଲେ । ମୁଖ୍ୟଅତିଥି ଭାବରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସ୍ୱର୍ଗତ ଅଭିଳାଷର ଆତ୍ମାର ସଦଗତି କାମନା କରିବା ସସ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଅନ୍ୟତମ ଅତିଥି ଭାବରେ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମନୋରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଅଭିଳାଷ ବୃଦ୍ଧାଶ୍ରମର ସଫଳତା କାମନା କରିଥିଲେ । ପ୍ରାରମ୍ଭରେ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ଅଭିଳାଷ ଅତିଥିମାନେ ଉନ୍ମୋଚନ କରିଥିଲେ ।