ମହାରାଷ୍ଟ୍ରରେ ଏନକାଉଣ୍ଟର, ୫ ମାଓବାଦୀ ନିପାତ


ମୁମ୍ବାଇ  :- ପୁଲିସକୁ ମିଳିଛି ବଡ ସଫଳତା । ମହାରାଷ୍ଟ୍ରର ଗଡଚିରୋଲିରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଏଥିରେ ପୁଲିସ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗଡଚିରୋଲିର ଛତିଶଗଡ ସୀମାନ୍ତ ଅଞ୍ଚଳରେ ସି-୬୦ କମାଣ୍ଡୋ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ  ୪ ରୁ ୫ ମାଓବାଦୀ ନିହତ ହୋଇଥିବା କୁହାଯାଇଛି । ସେହିପରି ମାଓବାଦୀ ଗୁଳିରେ ଜଣେ ପୁଲିସକର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।  ଭାମରାଗଡର କୋପରି ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଅଞ୍ଚଳରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲେ । ସି୬୦ କମାଣ୍ଡୋର ୬୦ଟି ଫୋର୍ସ ଏହି ସର୍ଚ୍ଚ ଅପରେସନରେ ସାମିଲ ଅଛନ୍ତି ।