ମା’ ଲକ୍ଷ୍ମୀ, ସଙ୍କଟ ମୋଚନ ଓ ଠାକୁରଙ୍କ ପ୍ରାଣପ୍ରତିଷ୍ଠା ଉସବ

 ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆ ଜଗନ୍ନାଥ ମନ୍ଦିର ଓ ପାର୍ଶ୍ୱ ଦେବ ଦେବୀ ମା’ ଲଷ୍ମୀ ଓ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରତିଷ୍ଠା ସହିତ ଠାକୁରମାନଙ୍କ ପ୍ରାଣ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଯାଇଛି  । ଏ ଅବସରରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା  । ଅଧିବାସ ଦିନ  ଭଗବାନଙ୍କୁ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହିତ କଳସ ଯାତ୍ରା, କୁମ୍ଭ ଭରଣ, ମହାପ୍ରଭୁଙ୍କ ମନ୍ଦିର ପ୍ରବେଶ, ସିଂହାସନ ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଚିଶ ପରିବାର ଯଜ୍ଞ ମଣ୍ଡପରେ ବସିଥିବା ବେଳେ ନାମଯଜ୍ଞ କର୍ତ୍ତା ଭାବରେ ବିବେକାନନ୍ଦ ମେହେର ଓ ଧର୍ମପନôୀ ଶାନ୍ତିଲତା ମେହେର କାର୍ଯ୍ୟ ସମ୍ପାଦନ କରିଥିଲେ । ପୁରୀରରୁ ଦୁଇ ଜଣ ପୂଜକ ନରସିଂ ମିଶ୍ର ଓ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ଜଗନ୍ନାଥଙ୍କ ରୀତିନୀତି ନେଇ ଭୁଲିଆସିକୁଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ଦିର ପ୍ରତିଷ୍ଠାର ମୁଖ୍ୟ ପୂଜକ ଭାବରେ ପ୍ରଫୁଲ୍ଲ ରଥ ଥିବାବେଳେ ଅନ୍ୟ ତିରିଶ ଜଣ ପୂଜକ ସହଯୋଗ କରିଥିଲେ । ସଭାପତି ଚନ୍ଦୁଲାଲ ମେହେର, ଉପ ସଭାପତି ମୋହନ ଭୋଇ, ସମ୍ପାଦକ ହରିହର ମେହେର, ସହ ସମ୍ପାଦକ ଲିଙ୍ଗରାଜ ମେହେର, କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର, ପୂର୍ବତନ ମୁଖ୍ୟ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ମେହେର, ସଭ୍ୟ ଶ୍ୟାମ ମେହେର, ଜଗତ ଶବର, ଦୁଷ୍ମନ୍ତ ମେହେର, ବିରେନ୍ଦ୍ର ମେହେର, କୁଳମଣି ମେହେର, ପ୍ରଶ୍ନନ ଯୋଶୀ, ରାମନାଥ ମେହେର, ବିଜୟ ସୁନ୍ଦର ବାଗ, ଚନ୍ଦ୍ରଧ୍ୱଜ ମେହେର ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।