ବୋମା ବିସ୍ପୋରଣ : ଜଣେ ମୃତ , ଜଣେ ଗୁରୁତର
ଖୋର୍ଦ୍ଧା : ସଦର ଥାନା ଅନ୍ତର୍ଗତ ଶଢ଼େଇଗଡ଼ ଗ୍ରାମରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣଙ୍କର ଜୀବନ ଚାଲିଥିବାବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ସେହି ଗ୍ରାମର ନିରାକାର ସିଂ। ଆହତ ହେଲେ ବଣ୍ଟି ଅରିସଲ। ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି। ଆହତ ବଣ୍ଟି ଅରିସଲଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଏଥିରେ ସାମାନ୍ୟ ଆହତ ହୋଇଇଥିବା ଜଣାଯାଇଛି । ବୋମା ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ବୋମା ବିସ୍ଫୋରଣ କାରଣ ଅସ୍ପଷ୍ଟ ରହିଛି। ସେ ବୋମା ଭିଡୁଥିବାବେଳେ ଏପରି ଘଟିଛି ନଚେତ୍ ଅନ୍ୟ କେଉଁଠିକୁ ସ୍ଥାନାନ୍ତର ବେଳେ ଏପରି ବିସ୍ଫୋରଣ ହୋଇଛିବୋଲି ସଦର ଥାନା ଆଇଆଇସି କାହ୍ନୁ ଚରଣ ସ୍ୱାଇଁ ଜଣାଇଛନ୍ତି । ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।
 
 Henamanjaree Swain
                                    Henamanjaree Swain                                 
    
 
    
 
 
 
