ମାଣିପୁରରେ ସ୍ୱାସ୍ଥ୍ୟ ଶିବିର
ସୋର: ସୋର ବ୍ଲକ ମାଣିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ମହୋତ୍ସବ ପଡିଆ ଠାରେ ଆଗାମୀ ଫେବୃଆରୀ ୧୧, ୧୨ ଓ ୧୩ ତାରିଖରେ ହେବାକୁ ଥିବା ୭୪ ତମ ଉକôଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉପଲକ୍ଷେ ବିଶିଷ୍ଟ ବିଶେଷଜ୍ଞ ପ୍ରଫେସର ଡାକ୍ତରଙ୍କୁ ନେଇ ଏକ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଫେସର ଡା. ନମିତା ମହାପାତ୍ର, ଡା. ଶକ୍ତିଶଙ୍କର ପଟ୍ଟନାୟକ, ଡା. ଅଖିଳ ପଣ୍ଡା, ଡା. ସୁନ୍ଦର ନାରାୟଣ ମହାନ୍ତି, ଡା. ସୂର୍ଯ୍ୟଦାସ, ଡା. ସଂଗ୍ରାମ ପଣ୍ଡା, ଡା. ଏସବି ଶ୍ରୀନିବାସ, ଡା. ବିଭୁତି ଭୂଷଣ ନାୟକ ଏବଂ ଡା. ସୌମ୍ୟ ରଞ୍ଜନ ପ୍ରମୁଖ ବିଶେଷଜ୍ଞ ଡାକ୍ତର ଯୋଗ ଦେଇ ପ୍ରାୟ ପାଞ୍ଚଶହ ରୋଗୀଙ୍କର ବିଭିନ୍ନ ପରୀକ୍ଷା କରି ଚିକିସôା କରିବା ସହିତ ମାଗଣାରେ ସମସ୍ତ ପ୍ରକାର ଔଷଧ ବଣ୍ଟନ କରିବା ସହିତ ଇସିଜି, ରକ୍ତ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୋର ବିଧାୟକ ମାଧବ ଧଡ଼ା ଉଦ୍ଘାଟନ କରିଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ, ଫାର୍ମାସିଷ୍ଟ, ଆଖପାଖ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ଥାନୀୟ ସରପଞ୍ଚ ସରୋଜ କୁମାର ମହାପାତ୍ର ଏବଂ ସ୍ଥାନୀୟ ଯୁବକମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ସୋର ଶାଖା ସଂଘର ସଭ୍ୟ ଡଃ ଗୁରୁକୃଷ୍ଣ ମହାପାତ୍ର ଏହି ଶିବିରକୁ ପରିଚାଳନା କରିଥିଲେ ।