ଟାଇମ୍ପାସ୍ ସାହିତ୍ୟ ଉତ୍ସବ
ଭଦ୍ରକ: ଓଡିଶାର ସ୍ୱନାମଧନ୍ୟ ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ଆମାଗୀ ଫେବୃଆରୀ ମାସରେ ଆୟୋଜିତ ହେବାକୁ ଯାଉଥିବା ଦ୍ୱିଦିବସୀୟ ସାହିତ୍ୟ ଉସôବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ରେ ବିଭିନ୍ନ ବର୍ଗରେ ପ୍ରଦାନ କରାଯିବ ୧୪ଟି ରାଜ୍ୟସ୍ତରୀୟ ପୁରସ୍କାର ଓ ସମ୍ମାନ ।ସାଳନ୍ଦୀ ବାଇପାସସ୍ଥିତ ଜଗନ୍ନାଥ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବର ନିଦେ୍ର୍ଦଶକ ସରୋଜ ବଳ ସୂଚନା ଦେଇ କହିଥିଲେ । ଏହିକ୍ରମରେ ଚଳିତବର୍ଷ କବିଶେଖର ଚିନ୍ତାମଣି ମହାନ୍ତି କବିତା ପୁରସ୍କାର ପାଇଁ କବି ତଥା ଗୀତିକାର ଦେବଦାସ ଛୋଟରାୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଳ୍ପ ପୁରସ୍କାର ପାଇଁ ଗାଳ୍ପିକ ତରୁଣକାନ୍ତି ମିଶ୍ର, ନିତ୍ୟାନନ୍ଦ ମହାପାତ୍ର ଉପନ୍ୟାସ ପୁରସ୍କାର ପାଇଁ କଥାକାର ରାମଚନ୍ଦ୍ର ବେହେରା, ହରେକୃଷ୍ଣ ମହତାବ ପ୍ରବନ୍ଧ ପୁରସ୍କାର ପାଇଁ ଗଦ୍ୟକାର ଡ. ବିବୁଧରଞ୍ଜନ, ବଂଶୀବଲ୍ଲଭ ଗୋସ୍ୱାମୀ ନାଟକ ପୁରସ୍କାର ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନାଟ୍ୟବ୍ୟକ୍ତିତ୍ୱ ସୁବୋଧ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ମହାନ୍ତି ଅନୁବାଦ ପୁରସ୍କାର ପାଇଁ ସ୍ନେହପ୍ରଭା ଦାସ, ମନମୋହନ ସାବତ ସଙ୍ଗୀତ ପୁରସ୍କାର ପାଇଁ କଣ୍ଠଶିଳ୍ପୀ ତାନସେନ୍ ସିଂ ଏବଂ ନୀରଦ ମହାପାତ୍ର ଚଳଚିତ୍ର ପୁରସ୍କାର ପାଇଁ ସିନେମା ନିଦେ୍ର୍ଦଶକ ବସନ୍ତ ସାହୁ ମନୋନୀତ ହୋଇଛନ୍ତ । ଏଥିସହିତ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଥିବା ୬ ଜଣ ବ୍ୟକ୍ତିଙ୍କୁ ‘ସାହିତ୍ୟସଖା’ ସମ୍ମାନ ପ୍ରଦାନ କରାଯିବ । ସାହିତ୍ୟ ପ୍ରୋସôାହକ ପ୍ରଶାନ୍ତ ଭୂୟାଁ, ଗ୍ରନ୍ଥାଗାରିକ ଦାମୋଦର ନନ୍ଦ, ସାହିତ୍ୟାନୁରାଗୀ ଅରୁଣ ଖିଲାର, ସାହିତ୍ୟ ସଂଗଠକ କୈଳାସ ଚନ୍ଦ୍ର ପଣ୍ଡା, ପତ୍ରିକା ସଂପାଦକ ରମାକାନ୍ତ ଜେନା ଏବଂ ପୁସ୍ତକ ପ୍ରକାଶକ ଅଭୟ ଦାସ ଏହି ସମ୍ମାନ ପାଇବେ । ଆଗାମୀ ଫେବୃଆରୀ ୮ ଓ ୯ ଦୁଇଦିନ ଏହି ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ସଫଳ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଉସôବର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଜଣାଇଛନ୍ତି । ଏହି ସମ୍ମଳିନୀରେ ଉତ୍ସବର ଉପସଭାପତି କିଶୋର ପାଣିଗ୍ରହୀ, ପରିଚାଳନା ସମ୍ପାଦକ ସୌମ୍ୟଶ୍ରୀ ପାଣିଗ୍ରାହୀ, ଭଦ୍ରକ ଜିଲ୍ଲା ସଂଯୋଜକ ପତିତ ପାବନ ପାଣି, ସହ ସଂଯୋଜକ ବିଚିତ୍ରାନନ୍ଦ ଜେନାଙ୍କ ସମେତ ଉପଦେଷ୍ଟା ମଣ୍ଡଳୀର ବରିଷ୍ଠ ସଦସ୍ୟଗଣ ଉପସ୍ଥିତ ଥିଲେ ।