ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି
ଭୁବନେଶ୍ୱର: ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଅବଲମ୍ବନ କରୁଥିବାବେଳେ ସରକାରୀ କର୍ମଚାରୀ କିନ୍ତୁ ଲାଞ୍ଚ ନେବାରେ ହେଳା କରୁନାହାନ୍ତି । ପୂର୍ବରୁ ଲାଞ୍ଚ ନେଇ ବହୁ କର୍ମଚାରୀ ଜେଲଯାଇଥିବାବେଳେ ତଥାପି କେହି ଚେତୁନାହାନ୍ତି ।
ଲାଞ୍ଚ ନେବା ପଡିଲା ମହଙ୍ଗା। ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର ସମାଧାନ ଲାଗି ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି।