ସମୀର ଦେ’ଙ୍କ ପରଲୋକ 

ସମୀର ଦେ’ଙ୍କ ପରଲୋକ 

ବରିଷ୍ଠ ବିଜେପି ନେତା ସମୀର ଦେ’ଙ୍କର ଦେହାନ୍ତ ଘଟିଛି । ଅସୁସ୍ଥ ଥାଇ ଦୀର୍ଘଦିନ ଧରି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ୬୭ବର୍ଷ ବୟସରେ କଟକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ଏଭଳି ସୂଚନା ଦେଇଛନ୍ତି ଡାକ୍ତର ।  ନିମୋନିଆ, କିଡନୀ ଓ ରକ୍ତଚାପ ଜନିତ ରୋଗରେ ସେ ବହୁଦିନ ଧରି ଆକ୍ରାନ୍ତି ଥିବାବେଳେ ଆଜି ସେ ଆରପାରିକୁ ଚାଲିଯାଇଛନ୍ତି  । ସେ ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଏଥିସହ ନଗର ଉନ୍ନୟନ ଓ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ଏଥିସହିତ କଟକରୁ ବିଜେପି ଟିକେଟରେ ୩ଥର ବିଧାୟକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ସମୀର ଦେ’ ।