ବୋଲେରୋ ଧକ୍କାରେ ନାବାଳକ ମୃତ
ପୁରୀ : ଶୁକ୍ରବାର ପୂର୍ବାହ୍ନରେ ପୂର୍ବତଟ ରେଳବାଇର ବୋଲେରୋ ଧକ୍କାରେ ଆରଟିଓ ଅଫିସ ସମ୍ମୁଖରେ ଘଟିଥିଲା ଏକ ଅଭାବନୀୟ ଘଟଣା । ବୋଲେରୋ ଧକ୍କାରେ ଜଣେ ନାବାଳକର ମୃତୁ୍ୟ ଘଟିଛି । ହଠାତ୍ ରାସ୍ତା ଉପରକୁ ଚାଲି ଆସିଥିବା ନାବାଳକଟି ଅପର ପକ୍ଷରୁ ଆସୁଥିବା ବୋଲେରୋ ଗାଡ଼ି ସହିତ ସିଧାସଳଖ ଧକ୍କା ହୋଇ ମୃତୁ୍ୟବରଣ କରିଥିଲା । ପରିବାର ଲୋକମାନେ ଚିକିସôା ନିମନ୍ତେ ସଦର ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତନାବାଳକ ହେଉଛନ୍ତି ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସଙ୍କ ପୁତ୍ର ସ୍ୱାଧୀନ କୁମାର ଦାସ । ନାବାଳକ ପୁତ୍ରର ପରିବାର ଲୋକେ ଖବର ପାଇ ଚିକିସôାଳୟରେ ପହଞ୍ଚôଥିଲେ । ଶବ ବ୍ୟବଚ୍ଛେଦ ପରେ ନାବାଳକର ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ପରବର୍ତ୍ତୀ ଖବରରୁ ଜଣାଯାଇଛି ପରିବାର ଲୋକେ ମୃତ ଶରୀରକୁ ପୁରୀ ରେଳଷ୍ଟେସନ ସମ୍ମୁଖରେ ରଖି ସମୂହ ଭାବେ ରାସ୍ତାରୋକ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିଟି ଇଷ୍ଟକୋଷ୍ଟ ରେଲୱେର ବୋଲି ଉଲ୍ଲେଖ ଥିବା ବେଳେ ଠିକାଦାର ଘଟଣାସ୍ଥଳକୁ ଆସିନଥିଲେ । ପୋଲିସ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଚାଳକକୁ ଅଟକ ରଖି ପଚରାଉଚରା କରୁଛି ।