‘ସୁଭଦ୍ରା ଶକ୍ତି’ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ଓ ମିଶନଶକ୍ତି ବିଭାଗ ର୍ନିେଶରେ ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ପକ୍ଷରୁ ବ୍ଲକ ଓ ପୌରାଞ୍ଚଳର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେଇ ସୁଭଦ୍ରାଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମିଶନଶକ୍ତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉସôବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ବିଡ଼ିଓ ଅଶୋକ ମହାନ୍ତି, ଏବିଡ଼ିଓ ସନ୍ତୋଷ ମନ୍ତ୍ରୀ, ସିଡିପିଓ ଲଷ୍ମୀମଣି ସିଂ, ଅଙ୍ଗନବାଡି ସୁପରଭାଇଜର ତୁଳସୀ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି ସଂଯୋଜକ ପ୍ରଭୁ ଧବଳେଶ୍ୱର ବରାଳ, ପ୍ରକାଶ ଚନ୍ଦ୍ର ସେଠୀ, ସନ୍ତୋଷ ସେଠୀ, ପ୍ରିୟବ୍ରତ ଓଝା, ରାଜଲଷ୍ମୀ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ମହିଳାମାନେ ସଶକ୍ତ ହେଲେ ସରକାରଙ୍କ ଲକ୍ଷ୍ୟ ଉଦେ୍ଦଶ୍ୟ ଓ ସୁଭଦ୍ରା ଯୋଜନା ସଫଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏଥିରେ ୨୦ଟି ଏସଏଚଜି ଦଳ ଭାଗ ନେଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଷ୍ଟଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ ।