ମହଙ୍ଗା ଆୟବହିର୍ଭୂତ ସମ୍ପତ୍ତି ଠୁଳ
ାାପ୍ରଭାନୁ୍ୟଜାା : ଭୁବନେଶ୍ୱର : କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ୧୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗତ ୬ ତାରିଖରେ ଗିରଫ କରାଯାଇଥିଲା । ସେହିଦିନ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ଅଦାଲତଙ୍କ ଆଦେଶମତେ ତାଙ୍କୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦୁର୍ନୀତି ମାମଲାର ତଦନ୍ତ ଜାରି ଥିବାରୁ ଏବଂ ଶ୍ରୀ ରଥ ୪୮ ଘଣ୍ଟାରୁ ଅଧିକ ନ୍ୟାୟିକ କାରାବାସରେ ରହିଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପୂର୍ତ୍ତ ବିଭାଗ ତରଫରୁ ଶ୍ରୀ ରଥଙ୍କ ନିଲମ୍ବନ ନିଦେ୍ର୍ଦଶନାମା ଜାରି କରାଯାଇଛି । ଅନ୍ୟପକ୍ଷରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଯନ୍ତ୍ରୀମୁଖ୍ୟ (ସିଭିଲ), ଭୁବନେଶ୍ୱରଙ୍କ କାର୍ଯ୍ୟାଳୟକୁ ଶ୍ରୀରଥଙ୍କ ସଦର ମହକୁମା ସ୍ଥିର କରାଯାଇଛି । ନିଲମ୍ବନ ଅବଧିରେ ସେ ଯନ୍ତ୍ରୀମୁଖ୍ୟ (ସିଭିଲ୍), ଭୁବନେଶ୍ୱରଙ୍କ ପ୍ରାକ ଅନୁମତି ବିନା ସଦର ମହକୁମା ଛାଡିପାରିବେ ନାହିଁ ବୋଲି ଆଦେଶରେ ଉଲ୍ଲେଖ ରହିଛି ।
ସେହିପରି କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲା ସଂଖ୍ୟା ୧୪ରେ ସମ୍ପୃକ୍ତି ଥିବା ହେତୁ ତାଙ୍କୁ ଦ୍ଭ ୭ ପୃଷ୍ଠାରେ...