ସରକାରଙ୍କ ସ୍କାନରରେ ‘ପାଣ୍ଡିଆନ୍’


ାା ପ୍ରଭାନୁ୍ୟଜାା ଭୁବନେଶ୍ୱର :  ଯେଉଁଠି ବାଘର ଭୟ, ସେଇଠି ରାତି  । ନବୀନ ସରକାରଙ୍କ ଅମଳରେ ସାରା ରାଜ୍ୟ ହୁଲସ୍ତୁଲ କରୁଥିବା ଭିକେ ପାଣ୍ଡିଆନ୍ଙ୍କ ପାଇଁ ଉଭୟ ରାତି ଓ ବାଘ ମାଡି ଆସୁଛି  । ପ୍ରଶାସନିକ ବ୍ୟବସ୍ଥାକୁ ହାଇଜାକ୍ କରି ଏକ ଛାତ୍ରବାଦ ଶାସନ କରୁଥିବା ପାଣ୍ଡିଆନ୍ ଏବେ ମୋହନ ସରକାରଙ୍କ ସ୍କାନରରେ ଅଛନ୍ତି  । ଗୋଟିଏ ପଟେ ୫ଟି ନେଇ ଖୋଳତାଡ୍ ଚାଲିଥିବା ବେଳେ ଏବେ ହେଲିକାପ୍ଟରକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଯାଇଛି  । ଖାଲିସେତିକି ନୁହେଁ ଆଗାମୀ ଦିନରେ ପାଣ୍ଡିଆନ୍ଙ୍କୁ ଦିଆଯାଉଥିବା ହାଇପ୍ରୋଫାଇଲ ସୁରକ୍ଷାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିବ ବୋଲି ଆଶା କରାଯାଉଛି  ।
୫ଟି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆଳରେ ପାଣ୍ଡିଆନ୍ ଆଉ ତଳେ ଚାଲୁ ନଥିଲେ  । ଭୁବନେଶ୍ୱର ଠାରୁ କୋଡିଏ-ତିରିଶି କିଲୋମିଟର ପାଇଁ ସେ ସଡକ ପଥ ବ୍ୟବହାର ନକରି ଆକାଶ ପଥକୁ ବାଛୁଥିଲେ  । ବିରୋଧୀ ଦଳରେ ଥିବା ବେଳେ ବିଜେପି ଏହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ କରିଥିଲା  । ସେତେବେଳେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇଥିବା ତକ୍ରାଳୀନ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବେ ବିଜେପି ସରକାରର ନେତୃତ୍ୱ ନେଉଛନ୍ତି  । ତେଣୁ ମୋହନ ସରକାରଙ୍କ ସ୍କାନରରେ ଏବେ ଭିକେ ପାଣ୍ଡିଆନ୍ ଅଛନ୍ତି  । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ସୂଚନା ଅନୁଯାୟୀ ପାଣ୍ଡିଆନ୍ଙ୍କ ହେଲିକାପ୍ଟର ଖର୍ଚ୍ଚର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇସାରିଛି  । ସେପଟେ ଗତକାଲି ପରିବହନ ମନ୍ତ୍ରୀ ମଧ୍ୟ ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି ବୋଲି ମତବ୍ୟକ୍ତ କରିଥିଲେ  । ଅତଏବ ପାଣ୍ଡିଆନ୍ଙ୍କ ସବୁ ଗୁମର ଖୋଳିତାଡି ବାହାର କରିବା ପାଇଁ ବିଜେପି ସରକାର ବଦ୍ଧପରିକର ହୋଇଯାଇଛନ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ  ।
ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ ଆରଟିଆଇ ଜରିଆରେ ପାଇଥିବା ତଥ୍ୟ ସମ୍ପର୍କରେ କହିଛନ୍ତି ଯେ, ୨୦୧୯-୨୦୨୦ରୁ ୨୦୨୩-୨୦୨୪ ପର୍ଯ୍ୟନ୍ତ ରାଜ୍ୟ ସରକାର ହେଲିକାପ୍ଟର ଭଡା ବାବଦରେ ୫୨ କୋଟି ୧୮ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଖର୍ଚ୍ଚ କରିଥିଲେ  । ସେହିପରି ୨୦୧୯-୨୦୨୦ରୁ ୨୦୨୩-୨୦୨୪ ପର୍ଯ୍ୟନ୍ତ ଏୟାରକ୍ରାଫ୍ଟ ବାବଦରେ ରାଜ୍ୟ ସରକାର ୫୦ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି  । ରାଜ୍ୟର ବିଭିନ୍ନ ବ୍ଲକକୁ ପାଣ୍ଡିଆନ୍ ହେଲିକାପ୍ଟର ଯୋଗେ ଯାଉଥିବାରୁ ହେଲିପ୍ୟାଡ ମଧ୍ୟ ନିର୍ମାଣ କରାଯାଉଥିଲା  । ଏଥିପାଇଁ ମଧ୍ୟ କୋଟି କୋଟି ଟଙ୍କା ଶ୍ୱାହା ହୋଇଯାଇଛି  ।
ଏତିକିରେ ସରିବ ନାହିଁ ପାଣ୍ଡିଆନ୍ଙ୍କ ବିରୋଧରେ ତଦନ୍ତ  । ବିଗତ ଏକ ଦଶନ୍ଧି ଧରି ଅନେକ ଶିଳ୍ପସଂସ୍ଥା ଓଡ଼ିଶାକୁ ଆସିଛନ୍ତି  । ସେମାନଙ୍କୁ ଜମି ଯୋଗାଣ ହେଉ ଅବା ପ୍ରକଳ୍ପ ପାଇଁ ସହାୟତା, ସେଥିପାଇଁ ମଧ୍ୟ କୋଟି କୋଟି ଟଙ୍କାର କିକ୍ବ୍ୟାକ ହୋଇଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ଅଭିଯୋଗ ଆସୁଛି  । ଧିରେ ଧିରେ ମୋହନ ସରକାର ସବୁ ଦିଗରୁ ତନ୍ନତନ୍ନ କରି ଖୋଳତାଡ୍ କରିବେ  । ଏହାର ଆଭାସ ଏବେ ଠାରୁ ଦ୍ଭ ୭ ପୃଷ୍ଠାରେ...