ପ୍ରଶ୍ନକାଳରେ ବାଲିଯାତ୍ରାକୁ ନେଇ ଆଲୋଚନା

ପ୍ରଶ୍ନକାଳରେ ବାଲିଯାତ୍ରାକୁ ନେଇ ଆଲୋଚନା

ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା । ସେଥି ମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୬କୋଟି ୩୮  ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର । କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ  ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ  ସୂରଜ । 

ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କରିଥିଲେ ସୋଫିଆ । ଐତିହ୍ୟ ମାନ୍ୟତା ଦେବାକୁ ସରକାର କହୁଥିବା ବେଳେ ନିଲାମ ପ୍ରକ୍ରିୟା ବନ୍ଦ ହେଲେ ବାଲିଯାତ୍ରାରେ ସୌନ୍ଦର୍ୟ୍ୟ ବଢିବ ବୋଲି କହିଛନ୍ତି ସୋଫିଆ । ସେପଟେ ମନ୍ତ୍ରୀ କହିଛନ୍ତି, ପୂର୍ବ ସମୟରୁ ଏ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଏ ସଂକ୍ରାନ୍ତରେ ତର୍ଜମା କରାଯିବାର ଆବଶ୍ୟକ ରହିଛି । ବିଶ୍ବସ୍ତରୀୟ ପ୍ରଚାର ପ୍ରସାର,ଓ ଐତିହାସିକ ମାନ୍ୟତା ପାଇଁ ସରକାର ଉଦ୍ୟମ କରୁଛନ୍ତି ।