ମୁଖ୍ୟରାସ୍ତା ମରଣଯନ୍ତା, ବଢୁଛି ଦୁର୍ଘଟଣା

 କାକଟପୁର, : କାକଟପୁର ମୁଖ୍ୟରାସ୍ତା ମେଡିକାଲ ଛକ ଠାରେ ରାସ୍ତାରୁ ପିଚୁ ଉଠି ବଡ଼ ବଡ଼ ଖାଲ ଖମା ଗର୍ତ୍ତମାନ ସୃଷ୍ଟିହୋଇ ଜନଗହଳି ପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ନିମାପଡା ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ ଏହି ପୂର୍ତ୍ତ ବିଭାଗ ରାସ୍ତାଟି ୨ ବର୍ଷ ତଳେ ପ୍ରାୟ ୪୩ କୋଟି ଟଙ୍କା ଖର୍ଚ୍ଚ ହୋଇ ନବୀକରଣ କରାଯାଇଥିଲେ ସୁଦ୍ଧା ଏବେ ରାସ୍ତାର ସ୍ଥାନେ ସ୍ଥାନେ ବଡ ବଡ଼ ଗର୍ତ୍ତ ମାନ ସୃଷ୍ଟି ହୋଇ ବାଟୋଇ ମାନେ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ଏହାର ମରାମତି କରାନଯିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କାକଟପୁର ଠାରେ ଥିବା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପ୍ରାୟ ସବୁଦିନ ·ବି ପଡୁଥିବାରୁ ଲୋକେ ଗୁହାରୀ କରିବାକୁ ଯାଇ ଫେରୁଥିବା ଦେଖିବାକୁ ମିଳିଛି । ଏ ସଂକ୍ରାନ୍ତରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ସ୍ନାନ ପୁର୍ଣିମା ଡ୍ୟୁଟି ରେ ଅଛନ୍ତି କହି କଥାକୁ ଏଡାଇ ଦେଇଥିଲେ । ପୁରୀ ଜିଲ୍ଲାପାଳ ଏବଂ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।