ରୋଟାରୀ କଳିଙ୍ଗ ସମ୍ମାନ’-୨୦୨୪


 ଭୁବନେଶ୍ୱର, : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପକ୍ଷରୁ ଭୁବନେଶ୍ୱରର କଳ୍ପନା ଛକ ନିକଟରେ ଥିବା ଭଞ୍ଜ କଳା ମଣ୍ଡପ ଠାରେ  ରୋଟାରୀ କଳିଙ୍ଗ ସମ୍ମାନ-୨୦୨୪ ଆୟୋଜିତ ହୋଇଯାଇଛି ।  ସ୍ୱାର୍ଥଠାରୁ ଊଦ୍ଧ୍ୱର୍ରେ ରହି ଲୋକଙ୍କ ସେବା କରିବା ପ୍ରତ୍ୟେକ ରୋଟାରୀଆଙ୍କ ମୁଖ୍ୟ ଉଦେ୍ଦଶ୍ୟ । ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର କଳିଙ୍ଗ ପ୍ରତିଷ୍ଠା ହେବା ପରଠାରୁ ସାଧାରଣ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ଉନ୍ନତି, ମା ଓ ଶିଶୁ ସୁରକ୍ଷା ଆଦି ଦିଗରେ ଅନେକ କାର୍ଯ୍ୟକ୍ରମ କରି ଆସୁଛି । ଏହି କ୍ରମରେ ଓଡିଶାରେ ସାମାଜ ସେବା, ସ୍ୱାସ୍ଥ୍ୟ ସେବା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ନିଜର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟେକ ବର୍ଷ ରୋଟାରୀ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଉଛି । ଚଳିତ ବର୍ଷ, ସମାଜସେବା, ସ୍ୱାସ୍ଥ୍ୟ ସେବା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ତିନିଜଣ ପ୍ରମୁଖ ବ୍ୟକ୍ତିତ୍ୱ ରାଇମତୀ ଘିଉରିଆ, ଦମୟନ୍ତୀ ରାଉତ ଏବଂ ବିନୋଦ ମହାରଣାଙ୍କୁ ‘ରୋଟାରି କଳିଙ୍ଗ ସମ୍ମାନ’-୨୦୨୪  ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ଜୟଶ୍ରୀ ମହାନ୍ତି ଓ ରୋଟାରୀଆନ ଯଜ୍ଞାଶିଷ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ୍ ଭୁବନେଶ୍ୱର କଳିଙ୍ଗର ସଭାପତି ରୋଟାରିଆନ୍ ତ୍ରିଲୋକ ରଂଜନ ଦାଶ କହିଛନ୍ତି ଯେ, ରୋଟାରୀ ଇଣ୍ଟରନ୍ୟାସନାଲ୍ ସଦସ୍ୟ ଭାବରେ ଆମେ ସର୍ବଦା ସମାଜର ସେବା ପାଇଁ ଉତ୍ସର୍ଗୀକୃତ । ରୋଟାରୀ କ୍ଲବ୍ ଭୁବନେଶ୍ୱର କଳିଙ୍ଗର ପୂର୍ବତନ ସଭାପତି ତଥା ରୋଟାରୀ କଳିଙ୍ଗ ସମ୍ମାନ ୨୦୨୪ କମିଟିର ଚେୟାରମ୍ୟାନ୍ ରୋଟାରିୟାନ୍ ରାଧା ମୋହନ ପଟ୍ଟନାୟକ, ଏହି ସମ୍ମାନଜନକ ପୁରସ୍କାରର ବିଭିନ୍ନ ଦିଗ ବିଷୟରେ ସୂଚନା ଦେଇଥିଲେ । ରୋଟାରିଆନ୍ ଶିବ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।