ଜଳିଗଲା ଦିନ ମଜୁରିଆଙ୍କ ଘର
କାକଟପୁର : ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ଉଦୟକଣୀ ଗ୍ରାମ ୫ ନଂ ୱାର୍ଡରେ ବିଳମ୍ବିତ ରାତିରେ ଘଟିଯାଇଛି ଏକ ଅଭାବନୀୟ ଘଟଣ । ଏହି ଗ୍ରାମର କପିଳା କାଣ୍ଡି ତାଙ୍କ ପରିବାର ସହ ରୁହନ୍ତି । ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ, ଝିଅ ବିବାହଘର ପାଇଁ ଅଳଙ୍କାର, ଲୁଗା, କିଛି ଟଙ୍କା ଏକ ରଖିଥିଲେ । ମାତ୍ର ବିଳମ୍ବିତ ରାତିରେ ହଠାତ ଜଳିବାକୁ ଲାଗିଥିଲା ତାଙ୍କର ୩ ବଖରା ଚାଳ ଘର । ଅଗ୍ନିକାଣ୍ଡର ପ୍ରକୋପ ଅତି ଭୟଙ୍କର ଥିଲା, ସେ ତାଙ୍କ ପରିବାର ସହିତ ନିଜ ଜୀବନ ବଞ୍ଚାଇ ବାକୁ ବାହାରକୁ ପଳେଇ ଆସିଥିଲେ । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ ମାତ୍ର ଅଗ୍ନିର ପ୍ରଭାବ ଅତ୍ୟନ୍ତ ଭୟଙ୍କର ଥିବାରୁ ବିଫଳ ହୋଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ କୋଣାର୍କ ଦମକଳ କେନ୍ଦ୍ରକୁ ଜଣାଇଥିଲେ ଦମକଳ ଗାଡି ଆସି ପହଞ୍ଚିଲା ବେଳକୁ କପିଳାଙ୍କ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ଝିଅ ବାହାଘର ପାଇଁ ଥିବା ଗହଣା, ଲୁଗାପଟା, ଟଙ୍କା ପଇସା, କିଛି କାଗଜପତ୍ର, ଏକ ସ୍କୁଟି ଓ ସାଇକେଲ ମଧ୍ୟ ଜଳି ପୋଡି ନଷ୍ଟ ହୋଇଯାଇଛି । ଏ ବାବଦରେ ଅସ୍ତରଙ୍ଗ ତହସିଲ ପକ୍ଷରୁ ସ୍ଥାନୀୟ ରାଜ୍ୱସ ନିରୀକ୍ଷକ ସ୍ଥିତି ଅନୁଧ୍ୟାନ କରିବା ପରେ ଅସ୍ତରଙ୍ଗ ତହସିଲ ପକ୍ଷରୁ ଏକ ପଲିଥିନ ଯୋଗାଇ ଦିଆଯାଇଛି, ଆଗକୁ ତଦନ୍ତ ରିପୋର୍ଟ ଆସିବା ପରେ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା କହିଥିବା ବେଳେ, ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।