ମୃତୁ୍ୟକାଳୀନ ସହାୟତା ରାଶି ପ୍ରଦାନରେ ଅନିୟମିତତା 

 ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଶ୍ରମ ବିଭାଗରେ ମୃତୁ୍ୟକାଳୀନ ସହାୟତା ରାଶି ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ଖାଉଟି ଅଦାଲତ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି । ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ଭାଲେଶ୍ୱର ପଞ୍ଚାୟତ ସରେଇପାଲି ଗାଁର କୁମାରୀ ରାଉତ ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକବୋର୍ଡÿ ଅଧୁନରେ ପଞ୍ଜୀକରଣ କରିଥିଲେ  । ୨୦୨୦ ଜୁଲାଇ ୬ରେ ଶ୍ରମିକ କୁମାରୀଙ୍କ ମୃତୁ୍ୟ ହୋଇଥିଲା । ତେବେ ନିର୍ମାଣ କଲ୍ୟାଣ ଯୋଜନା ଅନୁସାରେ ଲାଭାର୍ଥୀଙ୍କ ମୃତୁ୍ୟ ପରେ ଉତ୍ତରାଧିକାରୀଙ୍କୁ ୨ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ବ୍ୟବସ୍ଥା ରହିଥିଲା । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ମୃତ କୁମାରୀଙ୍କ ସ୍ୱାମୀ ପୁରୁଷୋତ୍ତମ ମୃତୁ୍ୟକାଳୀନ ସହାୟତା ପାଇଁ ଆବେଦନ କରିଥିଲେ । ପରେ ଜିଲ୍ଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟରେ ମୃତ କୁମାରୀଙ୍କ ନାଁରେ ମୃତୁ୍ୟକାଳୀନ ସହାୟତା ୨ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ।  ଏହି ସହାୟତା ରାଶି ପ୍ରକୃତ ହିତାଧିକାରୀ ପୁରୁଷୋତ୍ତମ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିଲା  । ଏନେଇ ପୁରୁଷୋତ୍ତମ ପୁଣି ଜିଲ୍ଲା ଶ୍ରମ ଅଧିକାରୀ ଅଫିସରେ ଅଭିଯୋଗ କରିବାରୁ ବିଭାଗୀୟ ଅଧୂକାରୀ ତଦନ୍ତ କରିଥିଲେ । ୨୦୨୧ ଜୁଲାଇ ୧୫ରେ ମଞ୍ଜୁରି ପ୍ରାପ୍ତ ସହାୟତା ରାଶି ପ୍ରତୀକ ବରିହା ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡିଥିଲା ।ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଶ୍ରମସଚିବ ଓ ଜିଲ୍ଲାପାଳଙ୍କଠାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବେ ଜଣାଇଥିଲେ ।ଗତ ଦୁଇବର୍ଷ ଧରି ସରେଇପାଲି ଗାଁର ହିତାଧିକାରୀ ପୁରୁଷୋତ୍ତମ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ ବି ମୃତୁ୍ୟକାଳୀନ ସହାୟତା ରାଶି ମିଳିନଥିଲା  । ୨୦୨୨ ଡିସେମ୍ବର ୨୩ରେ ଜନଶୁଣାଣି ପୋର୍ଟାଲରେ ଜିଲ୍ଲା ଶ୍ରମ ଅଧିକାରୀ ବ୍ୟକ୍ତିଗତ ଭାବେ ଜବାବ ରଖିଥିଲେ । ଶେଷରେ ପୁରୁଷୋତ୍ତମ ସ୍ତ୍ରୀଙ୍କ ମୃତୁ୍ୟକାଳୀନ ସହାୟତା ପାଇଁ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିଭିକରି ଜିଲ୍ଲା ଖାଉଟି ଅଦାଲତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପ୍ରଧାନଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାରକରି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆସନ୍ତାମାସେ ଭିତରେ ହିତାଧିକାରୀଙ୍କୁ ୨ଲକ୍ଷ ଟଙ୍କାର ମୃତୁ୍ୟକାଳୀନ ସହାୟତା ରାଶି, ୧ଲକ୍ଷ ଜରିମାନା ଓ କେଶ ଖର୍ଚ୍ଚ ବାବଦକୁ ୨୦ ହଜାର ଟଙ୍କା ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଖାଉଟି ଅଦାଲତ ନିଦେ୍ର୍ଦଶ ଦେଇଛନ୍ତି । ଏହି ନିଦେ୍ର୍ଦଶନାମାକୁ ଖିଲାପ କଲେ ବାର୍ଷିକ ୧୫ପ୍ରତିଶତ ସୁଧ ଲାଗିବ ବୋଲି ନିଦେ୍ର୍ଦଶ ରହିଛି । ଏସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲାଙ୍କୁ ପଚାରିବାରୁ ସେ ୨୦୨୧ ଡିସେମ୍ବର ମାସରେ ଡିଏଲଓ ଭାବେ ଯୋଗ ଦେଇଥିଲେ । ଏହି ମାମଲା ତାଙ୍କ ସମୟର ନୁହେଁ । ପୂର୍ବ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟ କାଳରେ ଏହି ମାମଲା ହୋଇଛି । ଅଦାଲତଙ୍କ ନିଦେ୍ର୍ଦଶ ଅନୁଯାୟୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦେଇଥିବା କହିଛନ୍ତି ।