ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ଦିଆଯିବ ରିହାତି

ମୃତ ବ୍ୟକ୍ତିଙ୍କ ନାଁରେ ବିଲ୍ ବକେୟା ଥିଲେ ତାଙ୍କ ପରପିଢ଼ିଙ୍କୁ ଦିଆଯିବ ରିହାତି

ଭୁବନେଶ୍ବର : ଶକ୍ତି ବିଭାଗର ଗୃହ କମିଟି ବୈଠକରେ ବିଦ୍ୟୁତ ବିଲ୍ ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ । ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ, ସୌର ବିଦ୍ୟୁତ ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି କରିବା ପାଇଁ ଶକ୍ତି ବିଭାଗକୁ ସୁପାରିଶ । ଅଧିକ ତାପଜ ବିଦ୍ୟୁତ ଉତ୍ପାଦନ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଗ୍ରୀନ୍ ଏନର୍ଜିକୁ ବୃଦ୍ଧି କରିବାକୁ କୁହାଯାଇଛି । ସବୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବାକୁ ଶକ୍ତି ବିଭାଗକୁ ସୁପାରିଶ କରିଛି କମିଟି ।  ସେହିପରି ମୃତ ବ୍ୟକ୍ତିଙ୍କ ନାମରେ ବିଦ୍ୟୁତ ବିଲ୍ ବକେୟା ଥିଲେ ଏବଂ ତାଙ୍କ ପର ପିଢ଼ି ଭିନ୍ନ ଭିନ୍ନ ଘର କରିଥିଲେ ସେମାନଙ୍କୁ ରିହାତି ଦିଆଯାଇ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପରାମର୍ଶ ଦିଆଯାଇଛି । ଏହାସହ ଡ଼ିଫେକଟିଭ ସ୍ମାର୍ଟ ମିଟର ଓ ପାୱାର କଟ୍ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି । ସେଥିପାଇଁ ଶକ୍ତି ବିଭଗର ଷ୍ଟାଣ୍ଡିଂ କମିଟି ଶକ୍ତି ବିଭାଗକୁ ରିପୋର୍ଟ ମଗାଯାଇଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ।