ସଡ଼କ ଦୁର୍ଘଟଣାରେ ନାବାଳକ ମୃତ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା କ୍ଷଘଟଣାସ୍ଥଳରେ ସ୍କୁଟିରେ ଥିବା ୧୩ ବର୍ଷର ବାଳକର ମୃତୁ୍ୟ ଘଟିଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଯୋଗୁଁ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ମିଶନ ସ୍ୱାସ୍ଥ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଖଡିଆଳ ଅପନା କିଚେନ ଦୋକାନ ମାଲିକ ଦୀପକ ଗୋୟଲଙ୍କ ଦୁଇ ପୁଅ ଏକ ସ୍କୁଟିରେ ଯାଉଥିଲେ । ସେଠାରେ ଏକ ବାଇକ ସହ ଧକ୍କା ହୋଇଥିଲା । ପରେ ଘଟଣାସ୍ଥଳରୁ ବାଇକ୍ ଫେରାର ହୋଇଯାଇଛି । ସ୍କୁଟିରେଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଛି । ମୃତ ଜଣକ ହେଲେ ୧୩ ବର୍ଷ ହନେସ ଗୋୟଲ ବୋଲି ଜଣାପଡିଛି । ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।