ମେଡିକାଲ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ

 କଟକ : କଟକ ଜିଲ୍ଲା ମେଡ଼ିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଭା ଗୃହରେ ରାଜ୍ୟ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ଡା ପ୍ରଭାତ ରଂଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ରାଜ୍ୟ ସଂଘର ସାଧାରଣ ସଂପାଦକ ପ୍ରସନ୍ନ କୁମାର ସାମଲ, ଏସସିବି ମେଡ଼ିକାଲ ସଂଘ ସଂପାଦକ ରାମଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ କଟକ ଜିଲ୍ଲଶର ସମସ୍ତ ସିଏଚସି, ପିଏଚସି, ସିଡ଼ିଏମଓ ଅଫିସ ସିଟି ହସପିଟାଲ ର କର୍ମଚାରୀମାନେ ଯୋଗ ଦେବା ସହିତ ସମସ୍ତ କର୍ମଚାରୀଙ୍କର ମତାମତ ଓ ସର୍ବସମ୍ମତିକ୍ରମେ ଜିଲ୍ଲା ସଂଘର ସଂପାଦକ ପଦବୀ ପାଇଁ ନିର୍ବାଚନ ଘୋଷଣା ହୋଇଥିଲା ଓ ନିର୍ବାଚନ ଅଧିକାର ଭାବରେ ଏସସିବି ମେଡ଼ିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଂପଦାକ ରାମଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ । କଟକ ଜିଲ୍ଲା ମୁଖ୍ୟ ଚିିକିସôାଳୟରେ କାର୍ଯ୍ୟରତ ମନୋରଂଜନ ବେହେରା ଏବଂ ସେକ ମଞ୍ଜୁର ସଂପାଦକ ପଦପାଇଁ ନାମାଙ୍କନ ଭରିଥିଲେ ଓ ସେକ ମଞ୍ଜୁର ନିର୍ବାଚିତ ହୋଇଥିଲେ । ରାଜ୍ୟ ସଭାପତି ଓ ସଂପାଦକ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀକୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଯୁଗ୍ମ ସଂପାଦକ ଭାବରେ ଅଶୋକ କୁମାର ଦାସ, ଯୁଗ୍ମ ସଂପାଦିକା ଭାବରେ ମମତା ସାହୁ, କୋଷାଧ୍ୟକ୍ଷ ଭାବରେ ମାନସ କୁମାର ସାହୁ ମନୋନୀତ ହୋଇଥିଲେ । ସଭାପତି ଶ୍ରୀ ରାଉତ ସମସ୍ତଙ୍କୁ ଏକତି୍ରତ ହୋଇ ସଂଘର ଏକତା ଓ ଅଖଣ୍ଡତା ବଜାଇ ରଖିବା ସହିତ ରୋଗୀ ସେବାରେ ଯେପରି କୌଣସି ବାଧା ନହୁଏ ଏହା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସର୍ବଶେଷରେ ରାଜ୍ୟ ସଂଘର ଉପସଭାପତି ନବଘନ ପରିଡ଼ା ଧନ୍ୟବାଦ ଦେଇଥିଲେ ।