ଓଡିଆ ସିନେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପରଲୋକ

ଓଡିଆ ସିନେ ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପରଲୋକ

ଭୁବନେଶ୍ୱର : ଓଡିଶାର ଜଣାଶୁଣା ସିନେ ପ୍ରଯୋଜକ, ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁଙ୍କ ପରଲୋକ ଘଟିଛି । ସେ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।  

    
   

    ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡିଆ ଫିଲ୍ମ ଥିଲା ‘ଏଇ ତ ଦୁନିଆଁ’ । ସେ ଆହୁରୀ ମଧ୍ୟ ‘ବସ୍ତ୍ରହରଣ, ବୋହୂ ହେବ ଏମିତି, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ୱରୀ, ଶାଶୁ ହାତକଡି ଭାଉଜ ବେଡି, କୁଳନନ୍ଦନ, ରସିକନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡିଆ ଫିଲ୍ମ୍‌ ଦର୍ଶକଙ୍କୁ ଭେଟି ଦେଇଥିଲେ । ସେ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ ।