ମୌସୁମୀ ଅଧିବେସନର ପ୍ରଥମ ଦିନରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା
ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି, ମୁଁ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଅତୁଟ ସମର୍ଥନ ଏବଂ ମୋ କାର୍ଯ୍ୟକାଳରେ ଆମ ମଧ୍ୟରେ ସୁଖଦ ଓ ଅଦଭୁତ କାର୍ଯ୍ୟ ସମ୍ପର୍କ ପାଇଁ କୃତଜ୍ଞ । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି । ସଂସଦର ସବୁ ସଦସ୍ୟଙ୍କ ଠାରୁ ବହୁତ ଭଲପାଇବା ଓ ବିଶ୍ବାସ ପାଇଛି । ଦେଶର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭଳି ପଦ ପାଇଥିବାରୁ ସମସ୍ତଙ୍କ ନିକଟରେ କୃତଜ୍ଞ । ନିଜ କାର୍ଯ୍ୟକାଳରେ ବହୁତ କିଛି ଶିଖିବାକୁ ପାଇଥିବା କହିଛନ୍ତି ଧନଖଡ଼ । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ନୂଆ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ଆରମ୍ଭ ହୋଇଛି ।