ମ୍ୟାଚ୍ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ମ୍ୟାଚ୍ ପୂର୍ବରୁ  ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ପୁରୀ : ଟି-୨୦ ମ୍ୟାଚ ପୂର୍ବରୁ ପୁରୀ ଯାଇ ମାହପ୍ରଭୁଙ୍କ ଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚଙ୍କ ସହ ୪ ଖେଳାଳି । କ୍ୟାପଟେନ୍‌ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ । କୋଚ୍‌ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ବିଜୟ ପାଇଁ ଲୋଡିଛନ୍ତି । ଏହାପରେ ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସନ୍ଧ୍ୟା ୭ଟାରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍‌ ।