ଯୌତୁକ ଦାବି କରି ସ୍ତ୍ରୀଙ୍କୁ ଘରୁ ତଡ଼ିଦେଲେ ଶିକ୍ଷକ ସ୍ବାମୀ

ଅଧିକ ଯୌତୁକ ଦାବିରେ ସ୍ତ୍ରୀଙ୍କୁ ଘରୁ ତଡ଼ି ଦେଇଛନ୍ତି ସ୍ବାମୀ। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳ ଅଧୀନ ୨୧ ନମ୍ବର ଓ୍ବାର୍ଡର ଜଣେ ଶିକ୍ଷକ। କରଞ୍ଜଡ଼ିଆ ଗ୍ରାମର ବିଷ୍ଣୁପ୍ରିୟା ମଳିକଙ୍କୁ ୨୦୨୩ରେ ବିବାହ କରିଥିଲେ ଏହା ପରେ ଅଧିକ ଯୌତୁକ ଦାବି କରିବାରୁ ବିଷ୍ଣୁପ୍ରିୟା ଗତ ଦେଢ଼ ମାସ ହେଲା ବାପଘରେ ରହୁଥିଲେ। ତାଙ୍କ ସ୍ବାମୀ ଘରକୁ ନ ଆଣିବାରୁ ସେ ବୁଧବାରଠାରୁ ସ୍ବାମୀଙ୍କ ଘର ଆଗରେ ବସିଛନ୍ତି। ତାଙ୍କ ସ୍ବାମୀ ଘରେ ନ ଥିବା ବେଳେ ତାଙ୍କ ଶାଶୁ ଶଶୁର ଘରେ ପୂରାଇ ଦେଉ ନାହାନ୍ତି।