ରାଜସ୍ୱ ଆଇନରେ ଆସିବ ବଡ଼ ପରିବର୍ତ୍ତନ : ସମସ୍ତ ତଥ୍ୟକୁ ଡିଜିଟାଲାଇଜେସନ କରାଯିବ
ଭୁବନେଶ୍ୱର : ଖୁବ୍ଶୀଘ୍ର ରାଜସ୍ୱ ଆଇନରେ ଆସିବ ବଡ଼ ପରିବର୍ତ୍ତନ । ଆଗକୁ ରାଜସ୍ୱ ବିଭାଗରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । କର୍ଣ୍ଣାଟକ ମଡେଲକୁ ଅନୁଧ୍ୟାନ ଓ ତର୍ଜମା କରାଯାଉଛି । ସମସ୍ତ ତଥ୍ୟକୁ ଡିଜିଟାଲାଇଜେସନ କରାଯିବ । ଯାହାଦ୍ୱାରା ଫାଇଲ ହଜିଯିବାର ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ମଧ୍ୟ ରୋକ୍ ଲାଗିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଆଜି ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ନେଇ ସମୀକ୍ଷା ବୈଠକ ବସି ଥିଲା । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ରାଜସ୍ୱ ଆଇନକୁ ସରଳୀ କରଣ କରିବା ଲାଗି ବୈଠକରେ ଆଲୋଚନା ହୋଇଛି । ବସୁନ୍ଧରା ଯୋଜନା ନେଇ ବି ଆଲୋଚନା କରାଯାଇଛି । ଆମେ କର୍ଣ୍ଣାଟକରେ କାମ କରିଥିବା ଜଣେ ଅଧିକାରୀଙ୍କ ସହ ଆଜି ଆଲୋଚନା କରିଛୁ । ରାଜସ୍ୱ ବିଭାଗର ବ୍ୟାପକ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ସମସ୍ତ ତଥ୍ୟକୁ ଡିଜିଟା ଲାଇଜେସନ୍ କରାଯିବ । ଯାହା ଦ୍ୱାରା ଫାଇଲ ହଜିଯିବାର ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ମଧ୍ୟ ରୋକ୍ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।