ପୁଣି ବିଜେଡିକୁ ଟାର୍ଗେଟ କଲେ ଶ୍ରୀମୟୀ
ଭୁବନେଶ୍ୱର : ପୁଣି ବିଜେଡିକୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ଶ୍ରୀମୟୀ କହିଛନ୍ତି ଯେ,
ଅନ୍ୟ ମୁଣ୍ଡରେ ଅଠା ବୋଳ
ଏହା ହେଉଛି ତାମିଲ୍ ଖେଳ
ଅନାମ ବାବୁଙ୍କ ମୁହଁରେ କୁହାଇ
ପୁରୁଖାଙ୍କୁ ଦେଉଛି ସେ ଫସାଇ
ଆରମ୍ଭ ହେଲାଣି ପଲିଟିକାଲ ଇଭେଣ୍ଟ
ଖୋଜା ଚାଲିଛି ବିଶ୍ୱସ୍ତ ଏଜେଣ୍ଟ
ଧମକ ଦେଲେଣି ପାଲତୁ ବାବୁ
ମୁଣ୍ଡପୋତି ସହୁଛନ୍ତି ବରିଷ୍ଠ ସବୁ
ଧନ୍ୟରେ ଆମ ବିଜୁପ୍ରେମୀ
ହେଇଗଲ ସବୁ ଭଣ୍ଡ ଅନୁଗାମୀ
ଏହା ପୂର୍ବରୁ ଶ୍ରୀମୟୀଙ୍କ ଅନେକ ପୋଷ୍ଟ ଭାଇରାଲ୍ ହୋଇଛି । ପ୍ରଥମ ଧୃତରାଷ୍ଟ୍ର ଆଉ ଭଣ୍ଡ ସନ୍ନ୍ୟାସୀ ପୋଷ୍ଟ ଆଉ ତା ପରେ ପରେ ନୂଆପଡ଼ା ପରାଜୟ ପଛର କାରଣକୁ ନେଇ ବିଜେଡିକୁ ସବୁବେଳେ ସିଧା ନିଶାନା କରିଛନ୍ତି ଶ୍ରୀମୟୀ । ଆଉ ତାଙ୍କର ଏହି ନୂଆ ପୋଷ୍ଟ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ଶ୍ରୀମୟୀଙ୍କୁ ଯେବେଠୁ ଦଳ ବିଦା କରିଛି, ସେବେଠୁ ତାଙ୍କର ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ବିଜେଡି ନେତାଙ୍କୁ ଟାର୍ଗେଟ୍ କରିବା ସହ ଶ୍ରୀମୟୀ ଲଗାତାର ତାମିଲ ବାବୁ କଥା ଉଠେଇ ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଛନ୍ତି ।