ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ଆଦିତ୍ୟ

 କାକଟପୁର  : ଉକôଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ଦୁଇଦିନିଆ ବାର୍ଷିକ ଉସôବ ଅନୁଗୁଳର ବ୍ଲାକ ଡାଇମଣ୍ଡ ଅଡ଼ିଟୋରିୟମ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ଉସôବରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ନାୟକ, ସନ୍ତୋଷ ଦାଶ, କାକଟପୁର ପ୍ରେସ କ୍ଲବ ସଭାପତି କମଳଲୋଚନ ଦୀକ୍ଷିତ, ସଞ୍ଜୟ ପତି, ଭାଗବତ ସ୍ୱାଇଁ, ଆଦିତ୍ୟ ରାଉତ, ନୃସିଂହ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଉସôବରେ ଯୋଗ ଦେଇଥିବା କାକଟପୁର ପ୍ରେସ କ୍ଲବର ସମ୍ପାଦକ ଆଦିତ୍ୟ ରାଉତଙ୍କୁ ଉକ୍ତ ଉସôବରେ ସମ୍ମାନୀତ କରାଯାଇଥିଲା  । ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ସଭାପତି ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଥିବାରୁ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  । ସାମ୍ୱାଦିକମାନଙ୍କ ସମସ୍ୟା ସବୁକୁ ଉକôଳ ସାମ୍ୱାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଓ ସମ୍ପାଦକ ବେଣୁଧର ପଣ୍ଡା ଉପସ୍ଥାପିତ ସହିତ ଏଗୁଡ଼ିକୁ ପୂରଣ କରିବା ଦିଗରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ  କରିଥିଲେ  । ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଓ ସମ୍ପାଦକ ଉସôବକୁ ପରିଚାଳନା କରିଥିବାବେଳେ ଅତିଥିଭାବେ ସ୍ଥାନୀୟ ଅଞ୍ଚଳର ବିଧାୟକମାନେ ଯୋଗ ଦେଇଥିଲେ  ।