ଆର୍ଡେଣ୍ଟ ଷ୍ଟିଲ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝରସ୍ଥିତ ଆର୍ଡେଣ୍ଟ ଷ୍ଟିଲ ପ୍ରାଇଭେଟ ଲିଃ ପରିସରରେ କେନ୍ଦୁଝର ସ୍ଥିତ ମା ତାରିଣୀ ସୁପର ସ୍ପେସିଆଲିସ୍ଟ ହସ୍ପିଟାଲ ସହଯୋଗରେ ବାର୍ଷିକ ମେଗା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ଆର୍ଡେଣ୍ଟ ଷ୍ଟିଲର ପୂର୍ଣ୍ଣକାଳୀନ ନିଦେ୍ର୍ଦଶକ ଡକ୍ଟର ଶୁଭାଶିଷ ଦାସ ଏହାକୁ ଉଦ୍ଘାଟନ କରିଥିଲେ  । ଏଥିରେ କେନ୍ଦୁଝର ସ୍ଥିତ ମା’ ତାରିଣୀ ସୁପର ସ୍ପେସିଆଲିସ୍ଟ ହସ୍ପିଟାଲର ପରିଚାଳକ ନିଦେ୍ର୍ଦଶକ ଡ ଗଣେଶ୍ୱର ମହାନ୍ତ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ଶିବିରରେ କାରଖାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ଏଥିରେ କେନ୍ଦୁଝର ସ୍ଥିତ ମା’ ତାରିଣୀ ସୁପର ସ୍ପେସିଆଲିସ୍ଟ ହସ୍ପିଟାଲର ଡାକ୍ତର ମୋନାଳୀ ମହାନ୍ତ, ଡାକ୍ତର ଇପ୍ସିତା ପ୍ରିୟଦର୍ଶନି ସାହୁ ଏବଂ ଭେଷଜ ବିଭାଗର ବରିଷ୍ଠ ଡାକ୍ତର ଶ୍ରୀଜା ଜୋଗାଡିଆ ଦ୍ୱାରା ସମୁଦାୟ ୨୦୦ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ବିଶେଷ କରି ରକ୍ତଚାପ, ଇସିଜି, ମଧୁମେହ, ହିମଗ୍ଲୋବିନ, କ୍ରିଏଟିନ, ଶ୍ୱାସ, ରେସପିରୋଟାରୀ, ଅକ୍ସିଜେନ ସ୍ତର ପରୀକ୍ଷା କରାଯାଇଥିଲା । ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ଅଧୁନା କ’ଣ କ’ଣ ପଦକ୍ଷେପ ନେବା ଜରୁରୀ ସେ ସଂପର୍କରେ ଅବଗତ କରାଇଥିଲେ  । ମୁଖ୍ୟତଃ ବର୍ଷକୁ ୨ଥର ପ୍ରତ୍ୟେକ ବ୍ୟକ୍ତି ୨ଥର ବ୍ଲଡପ୍ରେସର ଏବଂ ବ୍ଲଡସୁଗାର କରାଇବା ଉଚିତ ବୋଲି ପରାମର୍ଶ ଦେଇଥିଲେ  । ନିୟମିତ ବ୍ୟାୟାମ କଲେ ଶରୀର ସୁସ୍ଥ ରହିବ ବୋଲି ପରାମର୍ଶ ଦେଇଥିଲେ । ଏଜିଏମ(ଏଚ୍ଆର) ରଞ୍ଜନ କୁମାର ନାୟକ ଏହି ଶିବିରକୁ ପରିଚାଳନା କରିଥିଲେ । ମେଗା ସ୍ୱାସ୍ଥ୍ୟ ଶିବିରକୁ ପ୍ଲାଣ୍ଟ ହେଡ ଇଂ ସନ୍ତୋଷ କୁମାର ଲେଙ୍କା,ଫାକ୍ଟ୍ରି ମ୍ୟାନେଜର ଦିଲ୍ଲୀପ ପାଣି, ସମସ୍ତ ମାନବ ସମ୍ବଳ କର୍ମଚାରୀ, ସମସ୍ତ ବିଭାଗୀୟ ମୁଖ୍ୟା ଏବଂ ମା' ତାରିଣୀ ସୁପର ସ୍ପେସିଆଲିସ୍ଟ ହସ୍ପିଟାଲର ପଙ୍କଜ କୁମାର ସାହୁ ସହ ପାରା ମେଡିକାଲ ଷ୍ଟାଫ୍ ପରିଚାଳନାରେ ସହଯୋଗ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ଡିସେମ୍ବର ୧୭ ରୁ ୧୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ସକାଳ ୯ଘଟିକାଠାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ଚିକିସôା ଚାଲୁ ରହିବ ବୋଲି ଜଣାପଡିଛି  ।