ରାଜ୍ୟ ସଭାରେ କମଲ ହାସନଙ୍କ ଏଣ୍ଟ୍ରି
ନୂଆଦିଲ୍ଲୀ: ଅଭିନେତା ତଥା ମକ୍କଲ ନିଥି ମୟମ ପ୍ରମୁଖ କମଲ ହାସନ ଶୁକ୍ରବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ପ୍ରଥମେ କମଲ ହାସନଙ୍କ ଶପଥ ଗ୍ରହଣ କରାଯାଇଥିଲା । କମଲ ହାସନ ରାଜ୍ୟ ସଭା ସାଂସଦ ଭାବେ ତାମିଲ ଭାଷାରେ ଶପତନେଇଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ସ୍ତରରେ କମଲ ହାସନ ପ୍ରଥମ ଥର ଲାଗି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମ ଥର ଲାଗି ରାଜ୍ୟ ସଭା ସାଂସଦ ଭାବେ ଦାୟିତ୍ୱ ଗ୍ରହଣ କରିବା ନେଇ ନିଜ ଖୁସି ଜାହିର କରିଛନ୍ତି ନିଜେ କମଲ ହାସନ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୋତେ ଆଜି ଖୁବ୍ ଗର୍ବ ଅନୁଭବ ହେଉଛି । ଗତ ଜୁନ୍ ୧୨ ତାରିଖରେ କମଲ ହାସନ ଏବଂ ଅନ୍ୟ ୫ ଜଣଙ୍କୁ ରାଜ୍ୟ ସଭା ପାଇଁ ବିନା ପ୍ରତିଦ୍ୱନ୍ଦୀରେ ବଛାଯାଇଛି ।