ରାଜ୍ୟରେ ୮.୭୭ ଲକ୍ଷ  ଏକର ଗୋଚର ଜମି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ୍ ୮୭୭୦୫୫.୮୯୪ ଏକର ଗୋଚର ଜମି ରହିଛି । ସେଥିମଧ୍ୟରୁ ୬୯୨୧.୭୪୩ ଏକର ଜବରଦଖଲ କରାଯାଇଛି । ଆଜି ଗୃହରେ ଏହି ତଥ୍ୟ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାସହ ମନ୍ତ୍ରୀ କହିଛନ୍ତି ଯେ, ଓପିଏଲ୍ଇ ଆକ୍ଟ, ୧୯୭୨ ଆଧାରରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଏକ ନିରବଚ୍ଛିନ୍ନ କାର୍ଯ୍ୟକ୍ରମ । ଜବରଦଖଲ ଉଚ୍ଛେଦ ନିମନ୍ତେ ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଲ୍ୟାଣ୍ଡ୍ ଏନ୍କ୍ରାଚ୍ମେଣ୍ଟ (ଓପିଏଲ୍ଇ) ଆକ୍ଟ, ୧୯୭୨ଓ ରୁଲ୍, ୧୯୮୫ର ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ ପଦକ୍ଷେପ ନିଆଯାଉଅଛି ।