ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

 ଝାରସୁଗୁଡା : ଝାରସୁଗୁଡ଼ାର ବହୁ ପ୍ରତିକ୍ଷିତ ଦାବି ପୂରଣ ହୋଇଛି । ଝାରସୁଗୁଡ଼ା ଓଏମପି ଛକରୁ ଝାରସୁଗୁଡ଼ା ବନ୍ଧରପଡ଼ା ଛକ ପର୍ଯ୍ୟନ୍ତ ରାସ୍ତାର ଶିଳାନ୍ୟାସ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ  । ପାଖାପାଖି ୩୨ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ରାସ୍ତା ଆଜି ଶିଳାନ୍ୟାସ କରିବା ସହ ସମୟ ସୀମା ମଧ୍ୟରେ ରାସ୍ତା କାମ ସାରିବାକୁ ପୂର୍ତ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି ।  ଏହି ଅବସରରେ ବିଧାୟକ କହିଛନ୍ତି ଏ ଅଞ୍ଚଳରେ ଲୋକଙ୍କ ଦୀର୍ଘ ଦିନରୁ ଯାହା ଦାବି ଥିଲା ଲୋକଙ୍କ ଦ୍ୱାରା ହୋଇଥିବା ସରକାର ଆଜି ତାହା ପୂରଣ ହୋଇଛି । ଓଏମପି ଠାରୁ ବନ୍ଧରପଡ଼ା ପର୍ଯ୍ୟନ୍ତ ଏହି ରାସ୍ତା ଆଜି ଶିଳାନ୍ୟାସ ହୋଇଛି । ଏହି ରୋଡ଼କୁ ସେଣ୍ଟ୍ରାଲ ରୋଡ଼  ଇନଷ୍ଟିଚୁ୍ୟଟ ରିସର୍ଚ୍ଚ ଅଫ ଇଣ୍ଡିଆ ଏହାକୁ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି  । ବଡ ଗାଡ଼ି ଗଲେ ବି ଏହି ରାସ୍ତା କେବେ ଖରାପ ହେବ ନାହିଁ ସେଥିପାଇଁ ଏହାର ଡିଜାଇନ୍ ହୋଇକି ଟେଣ୍ଡର ହୋଇଛି । ଅତିଶିଘ୍ର ଏହି ରୋଡ଼ ସମ୍ପୂର୍ଣ ହେବ । ଏ ଅଞ୍ଚଳର ଦାବି ପୁରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।