ରେଭିନୁ୍ୟ କମ୍ପ୍ଲେକ୍ସ ନିର୍ମାଣ ଦାବି
ଭୁବନେଶ୍ୱର : ଗୁରୁବାର ଲୟର୍ସ ଫୋରମ ପକ୍ଷରୁ ଭୁବନେଶ୍ୱର ଶାସନ ପଡିଆ ସ୍ଥିତ ଅଫିସ କାର୍ଯ୍ୟାଳୟ ଠାରେ ବୌଠକ ଅନୁଷ୍ଠିତ ହୋଇଯାଇଅଛି .ଏଥିରେ ଶତାଧିକ ଆଇନଜିବୀ ଯୋଗଦେଇ ଲୟର୍ସ ଫୋରମର କାର୍ଯ୍ୟଧାରା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ବରିଷ୍ଠ ଆଇନଜିବୀ ସଂଗ୍ରାମ କେଶରୀ ପ୍ରଧାନ, ଅରୂପ କୁମାର ଚାନ୍ଦ, ଓ ରାଜେନ୍ଦ୍ର ସମର୍ଥାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭା ପରିଚାଳନା କରାଯାଇଥିଲା । ଚାନ୍ଦ ଦଳିତ, ନିଷ୍ପେସିତ,ଗରିବ ଜନସାଧାରଣଙ୍କୁ ସଂପୂର୍ଣ୍ଣ ଭାବେ ମାଗଣାରେ ଆଇନ ସହାୟତା ଦେବାପାଇଁ ମଜଭୁତ ପ୍ଲାଟଫର୍ମ ଭାବେ କାର୍ଯ୍ୟକରିବା ସହିତ ଆଇନଜିବୀ ମାନଙ୍କର ଆଶା ଆକାଂକ୍ଷା ପୁରଣ କରିବାରେ ବେଶ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ସଂଗ୍ରାମ କେଶରୀ ପ୍ରଧାନ ବିଧିବଦ୍ଧ ଭାବେ ଲୟର୍ସ ଫୋରମକୁ ରେଜିଷ୍ଟ୍ରିଭୁକ୍ତ କରି ଏହାର ସମ୍ବିଧାନ ପ୍ରସ୍ତୁତ କରାଯିବା ସହିତ ଏହି ଅଞ୍ଚଳର ସମସ୍ତ ଆଇନଜିବୀଙ୍କୁ ଏଥିରେ ସାମିଲ କରି ଏହାକୁ ବଳିଷ୍ଠ ସଂଗଠନ ରୂପେ ଗଢି ତୋଳିବାପାଇଁ ନିଜ ମତ ରଖିଥିଲେ । ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି ଅତିଥି ନିଜ ନିଜ ମତ ପ୍ରକାଶ କରିଥିଲେ । ଆଇନଜିବୀ ଅଞ୍ଜନ ସାମନ୍ତରାୟ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଦ୍ୱାରା ଆବଣ୍ଟିତ ୪ ଏକର ୯୩୦ ଡିସିମିଲ ଜାଗା ଉପରେ ରେଭେନୁ୍ୟ କମ୍ପ୍ଲେକ୍ସ ତିଆରି କରିବାପାଇଁ ନିଷ୍ପତି ହୋଇଥିଲା କିନ୍ତୁ ସରକାରି ଉଦାସୀନତା ଯୋଗୁ ଏହା ସମ୍ଭବପର ହୋଇପାରିନାହିଁ ବୋଲି କହିଥିଲେ ।