କାହିଁକି ହାରିଲା ବିଜେଡ଼ି, କହିଲେ ମଙ୍ଗଳା
mangala kishan

ଭୁବନେଶ୍ୱର : ମଙ୍ଗଳା କିଷାନ ଦଳର ପରାଜୟର କାରଣ କହିଛନ୍ତି । ସେ କହିଛନ୍ତିଯେ, ଅନେକ ସ୍ଥାନରେ ଦଳର ସଂଗଠନ ଭଲନଥିଲା । ନେତାଙ୍କୁ ନେଇ ଅସନ୍ତୋଷ ରହିଥିଲା । ନେତାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତାହାକୁ ନସଜାଡ଼ି ଅଣଦେଖା କରାଗଲା । ଯାହାର ଫଳସ୍ୱରୂପ ନିର୍ବାଚନରେ ହାରିବାକୁ ପଡ଼ିଲା । ମଙ୍ଗଳାଙ୍କ ମନ୍ତବ୍ୟ ବି ବେଶ୍ ଚର୍ଚ୍ଚା ସୃଷ୍ଟିକରିଛି ।
ସେହିପରି ବିଜୁ ଜନତା ଦଳକୁ ସମାଲୋଚନା କରୁଥିବା ନେତା ଦଳରେ ରହିବା ଉଚିତ୍ ନୁହେଁ । ଏମିତି ମନ୍ତବ୍ୟ ଦେଇଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ସେ କହିଛନ୍ତିଯେ, ଦଳ କ’ଣ ପାଇଁ ହାରିଲା ସେନେଇ ସମୀକ୍ଷା ହେବା ଦରକାର । ପରାଜିତ ନେତାମାନେ ଏବେ ଦଳକୁ ସମାଲୋଚନା କରୁଛନ୍ତି । ସେମାନେ ଦଳରେ ରହିବା ଅନୁଚିତ୍ ବୋଲି ସେ କହିଛନ୍ତି ।